ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି

ପୁରୀ()   ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନକଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଜନ୍ମବେଦୀରୁ ଶ୍ରୀଜିଉଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଛି ଶ୍ରୀକ୍ଷେତ୍ରକୁ । ଏଣୁ ରାତି ୯ଟା ପରଠାରୁ ଆଜି ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବନକ ଲାଗି ନୀତି ପାଇଁ ୮ରୁ ୧୦ ଜଣ ଦତ୍ତମହାପାତ୍ର ସେବକ ମିଶି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିବେ।

ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପୂର୍ବଦିନ ପ୍ରଭୁଙ୍କ ବନକଲାଗି ନୀତି ହୋଇଥାଏ । ଏହି ନୀତି ପ୍ରାୟ ୬ ଘଣ୍ଟା ଧରି ଚାଲିବ । ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଂଗୁରର ମିଶ୍ରଣକୁ ଲାଗି କରାଯାଇ ବନକଲାଗି କରାଯିବ ।ତେବେ ଆଜି ସକାଳୁ ଶ୍ରଦ୍ଧାଳୁ ସାହାଣମେଲା ଦର୍ଶନ କରିଥିବା ବେଳେ ବାକି ସମୟରେ ଭକ୍ତ ମାନେ ପାରିମାଣିକ ଟିକେଟ୍ କାଟି ଭିତରକାଠରୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ।

Share

Leave a Reply

Your email address will not be published. Required fields are marked *

3 × 4 =