ଏଣିକି ଇନଷ୍ଟାଲମେଂଟରେ ସୁଝିପାରିବେ ବିଦ୍ୟୁତ୍ ବିଲ

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ବଡ ଖବର । ଏଣିକି ଉପଭୋକ୍ତା କିସ୍ତିରେ ସୁଝିପାରିବେ ବିଦ୍ୟୁତ୍ ବିଲ ।ଉତ୍ତରପ୍ରଦେଶରେ ବିଦ୍ୟୁତ ବିଭାଗ ପକ୍ଷରୁ ଏଭଳି ଏକ ଯୋଜନା ଆରମ୍ଭ ହୋଇଛି । ଯେଉଁମାନେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଓ ବହୁଦିନ ଧରି ବିଦ୍ୟୁତ ବିଲ ପୈଠ କରିପାରିନାହାନ୍ତି ସେମାନଙ୍କ ପାଇଁ ସହଜ କିସ୍ତି ଯୋଜନା ନାମରେ ଏହି ସୁବିଧା ଆରମ୍ଭ କରାଯାଇଛି ।

ଆଜିଠାରୁ ଏହି ସୁବିଧା ଆରମ୍ଭ ହୋଇଥିବାବେଳେ ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ଜାରି ରହିବ । ସହରାଞ୍ଚଳରେ ରହୁଥିବା ଉପଭୋକ୍ତା ୧୨ଟି କିସ୍ତିରେ ଓ ଗ୍ରାମୀଣ ଅଂଚଳରେ ରହୁଥିବା ଉପଭୋକ୍ତା ୨୪ଟି କିସ୍ତିରେ ବକେୟା ବିଦ୍ୟୁତ ବିଲକୁ ପୈଠ କରିପାରିବେ । ନ୍ୟୁନତମ କିସ୍ତି ୧୫୦୦ ଟଙ୍କାରୁ କମ ହେବନାହିଁ ବୋଲି ସର୍ତ୍ତ ରହିଛି । ଅନଲାଇନ ଓ ଅଫଲାଇନ ମାଧ୍ୟମରେ ବିଦ୍ୟୁତ ଉପଭୋକ୍ତା ଏହି କିସ୍ତି ଦେଇପାରିବେ ।

Share

Leave a Reply

Your email address will not be published. Required fields are marked *

19 − 9 =