ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ

ଭୁବନେଶ୍ୱର() ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଆସନ୍ତା ୨୮ ଓ ୨୯ ତାରିଖାରେ ସେ ଓଡ଼ିଶା ଆସିବେ। ଏହି ଗସ୍ତରେ ଶାହା ସରକାରୀ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଥିବା ବେଳେ ଦଳୀୟ କାର୍ୟ୍ୟକ୍ରମରେ ମଧ୍ୟରେ ଯୋଗ ଦେବେ। ଦୀର୍ଘ ୧ ମାସ ଧରି ସିଏଏ(ନାଗରିକତା ସଂଶୋଧନ ଆଇନ) ସପକ୍ଷରେ ଭାଜପା ଚଳାଇଥିବା ରାଲିର ଅନ୍ତିମ କାର୍ୟ୍ୟକ୍ରମ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏ ନେଇ ୧ ଲକ୍ଷ କାର୍ୟ୍ୟକର୍ତ୍ତାଙ୍କୁ ନେଇ ଜନସଭା ଆୟୋଜନ କରାଯାଉଛି। ଶାହା ଏଥିରେ ଯୋଗଦେବେ ବୋଲି ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ୨୮ରେ ଶାହା ଭୁବନେଶ୍ୱରରେ ରାତ୍ରିଯାପନ କରିବା ପରେ ୨୯ରେ ଶ୍ରୀଲିଙ୍ଗରାଜ ଓ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା କାର୍ୟ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

sixteen − 6 =