ଆଜି ସରୁଛି ଗୋବିନ୍ଦ ସାହୁର ରିମାଣ୍ଡ ଅବଧି

ବଲାଙ୍ଗିର :ମହାଲିଙ୍ଗ୍ ସନସାଇନ ପବ୍ଲିକ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଶେଷ ହେଉଛି । ଗତକାଲି ରାତିରେ ଗୋବିନ୍ଦକୁ ଏସପି ଅଫିସରୁ ରିଜର୍ଭ ପୋଲିସ ବାରାକକୁ ଅଣାଯାଇଥିଲା । ରାଧେ ଘରୁ ମିଳିଥିବା ବ୍ୟାଗ୍ ସଂପର୍କରେ ଗୋବିନ୍ଦକୁ ପଚରାଉଚରା କରାଯାଇଥିଲା । ପରେ ପୁଣି ଗୋବିନ୍ଦକୁ ଏସପିଙ୍କ ଅଫିସକୁ ଫେରାଇ ଆଣିଥିଲା ପୋଲିସ । ରିମାଣ୍ଡର ଶେଷ ଦିନରେ ଗୋବିନ୍ଦକୁ ଅଧିକ ପଚରାଉଚୁରା କରିପାରେ ପୋଲିସ । ରିମାଣ୍ଡ ଅବଧି ସରିବା ପରେ ଗୋବିନ୍ଦକୁ କୋର୍ଟରେ ହାର କରାଯାଇପାରେ ।

Share

Leave a Reply

Your email address will not be published. Required fields are marked *

four + 20 =