ରଣବୀର ଓ ଆଲିଆଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ସମ୍ମାନ

ଆସାମ() ୬୫ତମ ‘ଆମାଜନ୍ ଫିଲ୍ମ ଫେୟାର ଆୱାର୍ଡ-୨୦୨୦’ ଘୋଷିତ ହୋଇଛି। ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିୟା ଭଟ୍ଟ (ଚଳଚ୍ଚିତ୍ର: ଗଲି ବଏ) ପୁରସ୍କୃତ ହୋଇଥିବାବେଳେ ଶ୍ରେଷ୍ଠ ଅଭିନେତା ଭାବେ ରଣବୀର ସିଂହ (ଚଳଚ୍ଚିତ୍ର: ଗଲି ବଏ) ପୁରସ୍କୃତ ହୋଇଛନ୍ତି।

ସେହିଭଳି ଆୟୁଷ୍ମାନ ଖୁରାନା ଶ୍ରେଷ୍ଠ ଅଭିନେତା କ୍ରିଟିକ୍ ପୁରସ୍କାର (ଆର୍ଟିକଲ ୧୫) ପାଇଥିବା ବେଳେ ଭୂମି ପେଦନେକର ଏବଂ ତାପସୀ ପନ୍ନୁ ଶ୍ରେଷ୍ଠ ଅଭିନେତ୍ରୀ କ୍ରିଟିକ୍ ପୁରସ୍କାର ପାଇଛନ୍ତି।

ବିଜୟ ମୌର୍ୟ୍ୟଙ୍କୁ ଶ୍ରେଷ୍ଠ ସଂଳାପ ପୁରସ୍କାର (ଗଲି ବଏ), ‘ଆର୍ଟିକଲ ୧୫’ ଶ୍ରେଷ୍ଠ ମୌଳିକ କାହାଣୀ, ରିମା କାଗ୍ ତି ଏବଂ ଜୋୟା ଅଖ୍ ତାରଙ୍କ ଶ୍ରେଷ୍ଠ ସ୍କ୍ରିନ୍ ପ୍ଲେ ପୁରସ୍କାର ପ୍ରଦାନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

2 × five =