କେନ୍ଦ୍ର ସରକାରଙ୍କ ସହ ମିଶି ଦିଲ୍ଲୀକୁ ଆଗକୁ ନେବୁ: କେଜ୍ରିୱାଲ

ନୂଆଦିଲ୍ଲୀ() ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଆଜି ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ କେଜ୍ରିୱାଲଙ୍କ ସହ ଆଉ ୬ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି ।

ଏହି ଅବସରରେ ସେ କହିଛନ୍ତି, ‘ଦିଲ୍ଲୀରୁ ଦେଶର ନୂଆ ରାଜନୀତି ଆରମ୍ଭ । ସବକା ସାଥ ସବକା ବିକାଶ ନେଇ କାମ କରିବାକୁ ଚାହୁଁଛି । କେନ୍ଦ୍ର ସରକାରଙ୍କ ସହ ମିଶି ଦିଲ୍ଲୀକୁ ଆଗକୁ ନେବୁ । ଦିଲ୍ଲୀର ବିକାଶ ପାଇଁ କେନ୍ଦ୍ର ସହ କାମ କରିବୁ । ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଚାହୁଁଛି ।’

Share

Leave a Reply

Your email address will not be published. Required fields are marked *

7 − five =