ସମ୍ବିଧାନରେ ଷ୍ଟେଟ ଆନ୍ଥେମର ବ୍ୟବସ୍ଥା ନାହିଁ

ରାଜ୍ୟ ଗୀତର ମାନ୍ୟତା ପାଇଁ ପ୍ରକ୍ରିୟା ଚାଲିଛି

ଭୁବନେଶ୍ବର () : ବନ୍ଦେ ଉକ୍ରଳ ଜନନୀକୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ ରାଜନୀତିରେ ବିରୋଧୀ ଦଳଗୁଡିକ ତକ୍ରାଳୀନ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବୋଧହୁଏ ଭୁଲିଯାଇଛନ୍ତି । ସମ୍ବିଧାନରେ ରାଜ୍ୟ ସଂଗୀତକୁ ମାନ୍ୟତା ଦିଆଯିବାର କୌଣସି ବ୍ୟବସ୍ଥା ନାହିଁ କହି ୨୦୦୬ ମସିହାରେ ଗୃହ ବିଭାଗ ପକ୍ଷରୁ ମଗାଯାଇଥିବା ସ୍ପଷ୍ଟିକରଣ ଉପରେ କେନ୍ଦ୍ର ସରକାର ନକରାତ୍ମକ ମତପୋଷଣ କରିଥିଲେ । ପୂରା ଦେଶରେ ଗୋଟିଏ ଜାତୀୟ ସଂଗୀତ ରହିଛି, ରାଜ୍ୟମାନେ ନିଜସ୍ବ ରାଜ୍ୟ ସଂଗୀତ ବା ଆନ୍ଥେମ କରିପାରିବେ ନାହିଁ ।

ବନ୍ଦେ ଉକ୍ରଳ ଜନନୀକୁ ରାଜ୍ୟ ସଂଗୀତ ବା ଷ୍ଟେଟ ଆନଥେମ କରିବା ପାଇଁ ବିଭିନ୍ନ ସମୟରେ ଦାବି ହେଉଥିବା ବେଳେ ୨୦୦୨ ଡିସେମ୍ବର ମାସରେ ଅନୁଷ୍ଠିତ ବିଧାନସଭାର ଶୀତ ଅଧିବେଶନରେ ଏନେଇ ସରଗରମ ଆଲୋଚନା ହୋଇଥିଲା । ଦଳମତ ନିର୍ବିଶେଷରେ ସବୁ ଦଳ ବନ୍ଦେ ଉକ୍ରଳ ଜନନୀକୁ ରାଜ୍ୟ ଗୀତ ବା ଷ୍ଟେଟ ସଙ୍ଗ ପାଇଁ ଦାବି କରିଥିଲେ । ତଦନୁସାରେ ତକ୍ରାଳୀନ ବାଚସ୍ପତି ଶରତ କର ରାଜ୍ୟ ସରକାରଙ୍କୁ ଏହି ସଂଗୀତକୁ ରାଜ୍ୟ ଗୀତ ବା ଷ୍ଟେଟ ସଙ୍ଗର ଭାବେ ସମ୍ମାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସବୁ ସରକାରୀ କାର୍ଯ୍ୟକ୍ରମରେ ଏହାର ଗାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ସଂଗୀତ ଭଳି ଏହାର ଅବମାନ କଲେ ଶାସ୍ତି ବିଧାନ କରିବାକୁ ମଧ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ଥିଲେ ଏନେଇ ଆଇନ ପ୍ରଣୟନ କିମ୍ବା ବିଜ୍ଞପ୍ତି ବା ଏକ୍ଜିକ୍ୟୁଟିଭ ଅଡର ଜରିଆରେ ଏହାକୁ ରାଜ୍ୟ ଗୀତର ମାନ୍ୟତା ଦେବାକୁ କହିଥିଲେ ।

ପରବର୍ତ୍ତି ସମୟରେ ଏହି ନିର୍ଦ୍ଦେଶର କାର୍ଯ୍ୟକାରିତାରେ ସମସ୍ୟା ଉପୁଜିବାରୁ ୨୦୦୩ରେ ପୁଣି ଥରେ ବାଚସ୍ପତିଙ୍କ ଅଧ୍ୟଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଗଲା । କମିଟିରେ ଓଡିଶା ସାହିତ୍ୟ ଏକାଡେମୀ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସୂନାମଧନ୍ୟ ବ୍ୟକ୍ତି ଏବଂ ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଗଲା । ଏହି ସଙ୍ଗୀତର କିଛି ପଂକ୍ତିକୁ ବାଦ ଦେଇ ୮୭ ସେକେଣ୍ଡ ଭିତରେ ବୋଲାଯିବା ପାଇଁ ନିଷ୍ପତ୍ତି ହେଲା ।

ପରବର୍ତ୍ତି ସମୟରେ ୨୦୦୬ ମସିହାରେ ମହେଶ୍ବର ମହାନ୍ତି ବାଚସ୍ପତି ଥିବା ସମୟରେ ତାଙ୍କ ଅଧ୍ୟକ୍ଷତାରେ ଆଉ ଏକ କମିଟି ହେଲା । ଏହି କମିଟି ରାଜ୍ୟ ସରକାରଙ୍କୁ ଏ ସଂପର୍କିତ ଆଇନ ପ୍ରଣୟନ କରିବାକୁ ନର୍ଦ୍ଦେଶ ଦେଲେ । ସେ ସମୟରେ ତରୁଣକାନ୍ତି ମିଶ୍ର ଗୃହ ସଚିବ ଥିଲେ । ବନ୍ଦେ ଉକ୍ରଳ ଜନନୀକୁ ରାଜ୍ୟ ସଂଗୀତ ବା ଷ୍ଟେଟ ଆନ୍ଥେମର ମାନ୍ୟତା ଦେବାକୁ ସମ୍ବିଧାନରେ ରହିଥିବା ବ୍ୟବସ୍ଥା ସଂପର୍କରେ କେନ୍ଦ୍ରକୁ ସ୍ପଷ୍ଟିକରଣ ମାଗିଥିଲେ । ସେ ସମୟରେ କେନ୍ଦ୍ର ରାଜ୍ୟ ସଂଗୀତର ମାନ୍ୟତା ନେଇ ସମ୍ବିଧାନରେ କୌଣସି ବ୍ୟବସ୍ଥା ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରିଦେଇଥିଲେ ।

ତଥାପି ବନ୍ଦେ ଉକ୍ରଳ ଜନନୀକୁ ରାଜ୍ୟ ଗୀତ ବା ଷ୍ଟେଟ ସଙ୍ଗର ମାନ୍ୟତା ଦେବା ପାଇଁ ପ୍ରକ୍ରିୟାରୁ ଓହରି ନଥିଲେ । ତକ୍ରାଳୀନ ସଂସ୍କୃତି ମନ୍ତ୍ରୀ ପ୍ରଫୁଲ୍ଲ ସମାଲ ଏହି ସଂଗୀତରେ ଆବଶ୍ୟକ ସଂଶୋଧ, ଉଚ୍ଚାରଣ ଏବଂ ସମୟାନୁମୋଦିତ କରିବାକୁ ସଂସ୍କୃତି ବିଶ୍ବବିଦ୍ୟାଲକୁ ଦାୟୀତ୍ବ ଦେଲେ । ସଂସ୍କୃତି ବିଶ୍ବବିଦ୍ୟାଳୟ ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କ ଚୁଡାନ୍ତ ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିଲେ । ୨୦୧୩ରେ ତକ୍ରାଳୀନ ସଂସ୍କୃତି ମନ୍ତ୍ରୀ ମହେଶ୍ବର ମହାନ୍ତି ସଂସ୍କୃତି ବିଶ୍ବବିଦ୍ୟାଳୟର ପ୍ରସ୍ତାବ ଅନ୍ୟୁାୟୀ ଗୃହ ବିଭାଗକୁ ଦେଲେ ଆଇନ କରିବାକୁ । ୨୦୧୫ରେ ଏ ସଂପର୍କିତ ରାଜ୍ୟ ଆଇନ ପ୍ରସ୍ତୁତ କରିବାକୁ ଆଇନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ହୋଇଛି । ଏଥିରେ ଗୃହ ବିଭାଗ, ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ସଚିବ ସଭ୍ୟ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ୧୯୯୪ରେ ତକ୍ରାଳିନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରଥମ ଥର ପାଇଁ ବିଧାନସଭାରେ ଘୋଷଣା କରିଥିଲେ ଯେ, ଅଧିବେଶନ ଆରମ୍ଭରୁ  ଜାତୀୟ ସଂଗୀତ ଗାନ କରାଯିବ ଏବଂ ଅଧିବେଶନର ଶେଷ ଦିନରେ ବନ୍ଦେ ଉକ୍ରଳ ଜନନୀ ଗାନ କରାଯିବ । ଏହି ନିର୍ଦ୍ଦେଶ ଏପର୍ଯ୍ୟନ୍ତ ମଧ୍ୟ କାର୍ଯ୍ୟକାରୀ ହେଉଛି ।

Share

Leave a Reply

Your email address will not be published. Required fields are marked *

4 + fourteen =