ନାବାଳିକାକୁ ମାସ ମାସ ଧରି ଗଣଦୁଷ୍କର୍ମ

ନୂଆଦିଲ୍ଲୀ (): ଦେଶରେ ପ୍ରତ୍ୟେକ ସମୟରେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି  । ତେବେ ଚେନ୍ନାଇର ଏକ ଘଟଣା ନୃଶଂସତାର ସୀମା ଟପିଛି । ତେବେ ଘଟଣା ଜଣାପଡିବା ପରେ ସେଠାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ବିଷୟ । ୧୨ ବର୍ଷ ଝିଅ ସାଙ୍ଗରେ ଯେଉଁ ଲୋମହର୍ଷଣକାରୀ ଘଟଣା ଘଟିଛି ତାହା ଶୁଣିଲେ ସମସ୍ତଙ୍କ ଲୋମ ଟାଙ୍କୁରି ଉଠିବ । ୨୨ ଜଣ ଯୁବକ ଗତ ସାତବର୍ଷ ଧରି ୧୨ ବର୍ଷୀୟ ନାବାଳିକା ସହ ଗଣଦୁଷ୍କର୍ମ କରିଥିବା ଜଣାପଡିଛି  । ଏହି ଘଟଣାରେ ଆପାର୍ଟମେଣ୍ଟରେ କାମ କରୁଥିବା ସିକ୍ୟୁରିଟି, ଲିଫ୍ଟ ଅପେରେଟର,ଲେବର ଓ ପାଣି ଉଠାଉଥିବା ଲୋକ ସାମିଲ ଥିବା ଜଣାପଡିଛି ।

ନାବାଳିକା ତାଙ୍କ ମା’ ଏବଂ ଭଉଣୀକୁ ଘଟଣା ସମ୍ପର୍କରେ ସବୁ କଥା କହିବା ପରେ ଏ ସମସ୍ତ କଥା ପଦାକୁ ଆସିଛି  । ପରେ ତାଙ୍କ ମା ଏନେଇ ଥାନାରେ ଏତଲା ଦେଇଛନ୍ତି  । ଏତଲା ଦେବାପରେ ପୋଲିସ ଆପାଟମେଣ୍ଟରେ କାମକରୁଥିବା ୧୮ ଲୋକଙ୍କୁ ନିଜ ହେପାଜତକୁ ନେଇଥିବା ଜଣାପଡିଛି ।

ପୋଲିସ ପ୍ରାଥମିକ ତଦନ୍ତ କଲା ସମୟରେ ନାବାଳିକା ଜଣକ କହିଛି ଯେ, ମତେ ସେମାନେ କିଛିଖାଦ୍ୟ ଦେଲା ପରେ ଦୁଷ୍କର୍ମ କରୁଥିଲେ । କେବଳ ଏତିକି ନୁହେଁ କେବେ କେବେ ନିଶା ପାଉଡର ଶୁଙ୍ଘାଇ ଅଚେତ କଲାପରେ ଦୁଷ୍କର୍ମ କରୁଥିଲେ ଏବଂ ଏହି ସମୟରେ ସମସ୍ତ ଘଟଣାର ଭିଡିଓ ମଧ୍ୟ କରିଥିବା ନାବାଳିକା ଜଣକ କହିଛନ୍ତି । ଏହାକୁ ବିରୋଧ କରିବାରୁ ଓ ବାହାରେ କହିଦେଲେ ଜୀବନରୁ ମାରିଦେବା ସହ ଭିଡିଓକୁ ସୋସିଆଲ ମିଡିଆରେ ଛାଡି ଦେବାପାଇଁ ଧମକାଉଥିବା ନାବାଳିକା ଜଣକ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ସହୟ କରିନପାରି ନାବାଳିକା ଜଣକ ସ୍କୁଲରୁ ଫେରିବା ବାଟରେ ସମସ୍ତ ଘଟଣା ନିଜ ଭଉଣୀକୁ କହିଥିଲା । ନାବାଳିକା ଜଣକ ପୋଲିସକୁ କହିଛନ୍ତି ଯେ, ପ୍ରଥମେ ୬୬ ବର୍ଷୀୟ ଲିଫ୍ଟ ଅପରେଟର ତାଙ୍କ ସାଙ୍ଗେ ଦୁଷ୍କର୍ମ କରିଥିଲେ ଓ ତିନିଦିନ ପରେ ତାଙ୍କର ସାଥୀମାନଙ୍କ ସହ ଆଉଥରେ ଦୁଷ୍କର୍ମ କରିଥିଲେ । ଏପରି ଘଟଣାରେ ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ସାରା ରାଜ୍ୟରେ ଏହି ଘଟଣା ଜଣାପଡିବା ପରେ ଅପରାଧୀ ମାନଙ୍କୁ କଠୋର ଦଣ୍ଡ ବିଧାନ ଦେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 − 10 =