ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ 3 ରାଜ୍ୟର ଅବମାନନା

ନୂଆଦିଲ୍ଲୀ (): ସୁପ୍ରିମକୋର୍ଟ ଗୋରକ୍ଷା ନାମରେ ଦେଶରେ ହେଉଥିବା ହିଂସା ଏବଂ ହତ୍ୟା ମାମଲାରେ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । କୋର୍ଟ୍ ନିଜ ନିଷ୍ପତିରେ କହିଛନ୍ତି କି ଗୋରକ୍ଷା ନାମରେ ହିଂସା ଗ୍ରହଣୀୟ ନୁହେଁ । ଶୀର୍ଷ ଅଦାଲତ କେନ୍ଦ୍ର ସରକାରଙ୍କୁ ଏଥି ନିମନ୍ତେ ନିୟମ ତିଆରି କରିବା ସହ ସମ୍ବିଧାନକୁ ମାନି କାମ କରିବାକୁ କହିଛନ୍ତି । କୋର୍ଟ୍ ଆହୁରି ମଧ୍ୟ ନିଜେ ନିଜେ ନିୟମ କେହି ତିଆରି କରିପାରିବେ ନାହିଁ । ଶାନ୍ତି ପ୍ରତିଷ୍ଠା କରିବା ସରକାରଙ୍କ ଦାୟିତ୍ବ । ଏହାସହ ଅଦାଲତ ସରକାରଙ୍କୁ ହିଂସାରେ ପୀଡିତ ବ୍ୟକ୍ତିଙ୍କ ଦେଖାଶୁଣା କରିବା ପାଇଁ କହିଛନ୍ତି । ୪ ସପ୍ତାହ ମଧ୍ୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ  ଅଦାଲତ ନିର୍ଦ୍ଦେଶ ଲାଗୁ କରିବା ପାଇଁ ଆଦେଶ ଦେଇଛନ୍ତି ।

ମୁଖ୍ୟ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍ ଏଏମ୍ ଖାନବିଲାକର ଏଭଂ ଜଷ୍ଟିସ ଧନଞ୍ଜୟ ବାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣି କରିଥିଲେ । ଏହା ପୂର୍ବରୁ ଗୋରକ୍ଷା ନାମରେ ହେଉଥିବା ହିଂସା ଉପରେ ଥିବା ନ୍ୟାୟିକ ଆଦେଶକୁ ରାଜସ୍ଥାନ, ହରିୟାଣା ଏବଂ ଉତରପ୍ରଦେଶ ସରକାର ଅବମାନନା କରିଥିବାରୁ କୋର୍ଟ୍ ଜବାବ ମାଗିଛନ୍ତି । ଏହାକୁ ନେଇ ମହାତ୍ମା ଗାନ୍ଧିଙ୍କ ନାତୀ ପ୍ରତ୍ୟୁଷ ଗାନ୍ଧି କୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ । ମାମଲାରେ କୁହାଯାଇଥିଲା କି, ଏହି ତିନୋଟି ରାଜ୍ୟ ଗତ ସେପ୍ଟେମ୍ବର ୬ରୁ କୋର୍ଟଙ୍କ ଆଦେଶକୁ ଅନୁପାଳନ କରୁନାହାନ୍ତି ।

କୋର୍ଟ୍ ଏହି ତିନି ରାଜ୍ୟଙ୍କୁ ନୋଟିସ, ଜାରି କରିବା ସହ ଏପ୍ରିଲ ୩ ମଧ୍ୟରେ ଜବାବ ରଖିବା ପାଇଁ କହିଥିଲେ । କିନ୍ତୁ ରାଜ୍ୟମାନେ କୌଣସି ଜବାବ୍ ଦେଇନଥିଲେ ।  ତେବେ କୋର୍ଟ୍ ଗୋରକ୍ଷା ମାମଲା ଏବଂ ଅଦାତଲ ଅବମାନନାକୁ ମିଶି କରି ଶୁଣାଣି କରିବେ ବୋଲି କହିଥିଲେ ।

ସୂଚନାଯୋଗ୍ୟ କି, କୋର୍ଟ୍ ଗତ ସେପ୍ଟେମ୍ବର ୬ ରେ ସମସ୍ତ ରାଜ୍ୟକୁ ଗୋରକ୍ଷା ନାମରେ ହେଉଥିବା ହିଂସାରେ ଅଭିଯୁକ୍ତଙ୍କୁ ଏକ ସପ୍ତାହ ମଧ୍ୟରେ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏକ କାର୍ଯ୍ୟବଳ ଗଠନ କରିବା ପାଇଁ କହିଥିଲେ । ଆହୁରି ମଧ୍ୟ ରାଜ୍ୟମାନେ ଏହି ହିଂସା ଘଟଣାରେ କଣ ପଦକ୍ଷେପ ନେଇଛନ୍ତି ତାହାର ଜାବାବ ଦେବା ପାଇଁ ଆଦେଶ ଦେଇଥିଲେ କୋର୍ଟ୍ ।

Share

Leave a Reply

Your email address will not be published. Required fields are marked *

12 − 5 =