ଏକତା ଓ ବିଭିଦତା ହିଁ ନବୀନଙ୍କ ବିକାଶର ମୂଳମନ୍ତ୍ର

ଭୁବନେଶ୍ୱର () ଧର୍ମ ନିରପେକ୍ଷତା ପାଇଁ ଭାରତ ସମଗ୍ର ବିଶ୍ୱରେ ପରିଚିତ ଥିବାବେଳେ ଏକତା ଓ ବିବିଧତାର ସଂରକ୍ଷଣ ହିଁ ଦେଶର ବିକାଶର ମୂଳମନ୍ତ୍ର ହୋଇପାରିଛି । ଭାରତ ଭଳି ଦେଶ ଯେଉଁଠାରେ କି କୌଣସି ଧର୍ମ କିମ୍ବା ଗୋଷ୍ଠି କୌଣସି ଗୁଣରେ ଅନ୍ୟ ଠାରୁ କମ୍‍ ନୁହେଁ, ସେଠାରେ ସଂଖ୍ୟାଲଘୁମାନଙ୍କୁ ସହାୟତା ହିଁ ଏକତାକୁ ସୁଦୃଢ କରି ।ରିଛି । ଏ ପ୍ରସଙ୍ଗରେ ଓଡିଶା ହେଉଛି ସମଗ୍ର ଦେଶ ପାଇଁ ବଡ ଉଦାହରଣ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଧର୍ମ ଏବଂ ଗୋଷ୍ଠିକୁ ଆର୍ଥିକ ସହାୟତା ଯୋଗାଇଦେବା ସହିତ ସୋମନଙ୍କ ଐତିହ୍ୟ ଏବଂ ସଂସ୍କୃତିକୁ ସୁରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ସେମାନଙ୍କ ଅନୁଷ୍ଠାନ ପାଇଁ ଯେଉଁ ଆର୍ଥିକ ସହାୟତା ଘୋଷଣା କଲେ ତାହାକୁ ସବୁ ସ୍ତରରେ ପ୍ରଶଂସା କରାଯିବା ସହିତ ରାଜ୍ୟରେ ଭାଇଚାରା ସୁଦୃଢ ପାଇଁ ଏହା ବଡ ପଦକ୍ଷେପ ବୋଲି କୁହାଯାଉଛି । ବିଭିନ୍ନ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ମୁଖ୍ୟମନ୍ତ୍ରୀ ୧୬କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଏହା ମିଳିବ । ଭୁବନେଶ୍ୱର ସତ୍ୟନଗର ଚର୍ଚ୍ଚର ଫାଦର ଦିବାକର ପରିଚ୍ଛା ନବୀନଙ୍କର ଏଭଳି ପଦକ୍ଷେପକୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‍ଭାବନ ଜାରି ରହିଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏଭଳି ପଦକ୍ଷେପ ଦ୍ୱାରା ଚର୍ଚ୍ଚ ଗୁଡିକର ଭିତ୍ତିଭୂମି ଆବଶ୍ୟକତା ପୂରଣ ହୋଇପାରିବ ।

ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ଫଳରେ ସତ୍ୟନଗର ଚର୍ଚ୍ଚକୁ ୨କୋଟି ଟଙ୍କା ମିଳିବା ଏହି ଅର୍ଥ ବିନିଯୋଗ ପାଇଁ ସେମାନେ ଯୋଜନା ପ୍ରସ୍ତୁତ କରିବେ ବୋଲି ଶ୍ରୀ ପରିଚ୍ଛା କହିଛନ୍ତି । ସେହିଭଳି ବ୍ରହ୍ମ ୁରବାସୀ ମଧ୍ୟ ସେମାନଙ୍କର ଦୁଇଟି ପୁରାତନ ସଂଖ୍ୟାଲଘୁ ଧର୍ମସ୍ଥଳୀକୁ ଅର୍ଥ ଯୋଗାଇ ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଗିରି ରୋଡ୍‍ରେ ଥିବା ବାପଟିଷ୍ଟ ଚର୍ଚ୍ଚ ଓ ଭାପୁର ବଜାରରେ ଥିବା ଜାମିଆ ମସଜିଦ ଏହି ସହାୟତା ପାଇବେ । ଓଡିଆ ବାପଟିଷ୍ଟ ଚର୍ଚ୍ଚଟି ୧୮୦ବର୍ଷ ପୁରାତନ ହୋଇଥିବାବେଳେ ୧୯୬୮ରେ ଏହାର ଶେଷ ମରାମତି ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ଚର୍ଚ୍ଚ ପାଇଁ ଆର୍ଶୀବାଦ ବୋଲି ଏହାର ସମ୍ପାଦକ ପାଉଲ ସାହୁ କହିଛନ୍ତି । ସେହିଭଳି ନିୟମିତ ଭାବେ ଜାମିଆ ମସ୍‍ଜିଦକୁ ଯାଉଥିବା ନୌସାଦ ଅହମ୍ମଦ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଏଭଳି ଧର୍ମନିରପେକ୍ଷ ପଦକ୍ଷେପ ଯୋଗୁଁ ସାମ୍ପ୍ରଦାୟିକ ଭାଇଚାରା ମଝବୁତ ହେଲାବୋଲି କହିଛନ୍ତି ।

ସମ୍ବଲପୁର ଜିଲ୍ଲା ସ୍କୁଲ ଛକରେ ଥିବା ପଲଟନ ମସଜିଦର ଇମାମ ଆତିଫ ଆଲାମ କହିଛନ୍ତି ଯେ ପ୍ରଥମଥର ପାଇଁ ତାଙ୍କ ମସ୍‍ଜିଦକୁ ଅର୍ଥ ମିଳିଛି । ଏଥି ।ଇଁ ସମ୍ପ୍ରଦାୟ ତରଫରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅର୍ଥରେ ନୂତନ ମାର୍କେଟ କମ୍ଲେକ୍ସ ଓ କମ୍ୟୁନିଟି ସେଣ୍ଟର ର୍ନିମାଣ ହେବବୋଲି ସେ କହିଛନ୍ତି । ପୂର୍ବରୁ ସମ୍ବଲପୁରର ମୁସଲିମ ସମ୍ପ୍ରଦାୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଧନ୍ୟବାଦ ପତ୍ର ଜିଲ୍ଲାପାଳ ଶୁଭମ ସାକ୍ସସେନାଙ୍କୁ ଦିଆଯାଇଥିଲା । ଘୋଷଣା ଅନୁଯାୟୀ ପଲଟନ ମସଜିଦ୍‍କୁ ବିକାଶ କାର୍ଯ୍ୟଲାଗି ଏକ କୋଟି ଟଙ୍କା ମିଳିବ ।

ସମସ୍ତ ଘୋଷଣା ସଂଖ୍ୟାଲଘୁ ଅନୁଷ୍ଠାନ ଗୁଡିକର ବିକାଶ ଏବଂ ଐତିହ୍ୟର ସୁରକ୍ଷା ପାଇଁ ବ୍ୟୟ ହେବ । ମୁଖ୍ୟମନ୍ତ୍ରୀଙ୍କର ଏଭଳି ଅଦ୍ୱିତୀୟ ପଦକ୍ଷେପ ତାଙ୍କୁ ଲୋକପ୍ରିୟ କରିଥିବାବେଳେ ରାଜ୍ୟରେ ଧର୍ମନିରପେକ୍ଷତାର ଭାଇଚାରା ଅଧିକ ମଝବୁଜ ହୋଇଛି । ନବୀନଙ୍କ ଏଭଳି ପଦକ୍ଷେପ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

Share

Leave a Reply

Your email address will not be published. Required fields are marked *

eighteen − 17 =