ପେଚା କାହିଁକି ରାତିରେ ଦେଖିପାରେ,ଜାଣନ୍ତୁ

ଭୁବନେଶ୍ୱର() ପେଚା ମା’ ଲକ୍ଷ୍ମୀଙ୍କ ବାହନ ଅଟେ। ପୃଥିବୀରେ ୨୦୦ରୁ ଅଧିକ ପ୍ରଜାତିର ପେଚା ଅଛନ୍ତି। ପେଚା ଏକମାତ୍ର ପକ୍ଷୀ ଯିଏକି, ନୀଳରଙ୍ଗକୁ ଭଲ ଭାବରେ ଦେଖିପାରେ। ବର୍ଷକୁ ପ୍ରାୟ ୧ ହଜାର ମୂଷା ମାରି ଏହା ଖାଇଥାଏ। ପେଚା ଏମିତି ଏକ ପକ୍ଷୀ ଯିଏ ନିଜ ଶରୀର ନ ବୁଲାଇ ମୁଣ୍ଡକୁ ୨୭୦ ଡିଗ୍ରୀରେ ବୁଲାଇଥାଏ। ଯାହା ଦ୍ୱାରା ଚତୁଃପାର୍ଶ୍ୱରେ ଥିବା ସମସ୍ତ ଜିନିଷକୁ ଦେଖିପାରେ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦିବାଲୋକରେ ପେଚାକୁ ଦେଖାଯାଏ ନାହିଁ। ରାତିରେ ଏହା ମଣିଷଠାରୁ ମଧ୍ୟ ବେଶ୍ ଭଲ ଭାବେ ଦେଖିପାରିଥାଏ। ଏହାର ଏକ କାରଣ ରହିଛି। ମଣିଷ ଆଖି ଭିତରେ ରଡ୍ସ ଏବଂ କୋନ୍ ରହିଛି। ରଡ୍ସରେ ଦେଖିବା ଶକ୍ତି ଥିବାବେଳେ କୋନ୍ ରଙ୍ଗ ଚିହ୍ନିପାରେ। କିନ୍ତୁ ପେଚା ଆଖିରେ କମ୍ କୋନ୍ ଏବଂ ଅଧିକ ରଡ୍ ରହିଛି। ଏଥିପାଇଁ ଅନ୍ଧାରରେ ଏହା ଭଲ ଭାବରେ ଦେଖିପାରେ। ଏହା ବ୍ୟତୀତ ପେଚା ଆଖିରେ ପ୍ରୋଟିନ୍ରୁ ତିଆରି ହୋଇଥିବା ଲାଲ୍ ରଙ୍ଗର ଏକ ପଦାର୍ଥ ରହିଛି । ଯାହା ଦ୍ୱାରା ରାତି ହେଲେ ଏହାର ଆଖି ଅଧିକ ସମ୍ବେଦନଶୀଳ ହୋଇଉଠେ। ଆହୁରି ଅନେକ କାରଣ ଯୋଗୁ ପେଚାକୁ ରାତିରେ ଭଲ ଭାବରେ ଦେଖାଯାଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

10 + ten =