କେନ୍ଦ୍ରର ନିଯୁକ୍ତି ଦାବିକୁ ଝଟକା, ବଢୁଛି ବେରୋଜଗାରୀ

ଭୁବନେଶ୍ୱର () କେନ୍ଦ୍ର ସରକାରଙ୍କ ନିଯୁକ୍ତି ଦାବିକୁ ବଡ଼ ଝଟକା । ଦେଶ ଆଗଉଛି, ହେଲେ ନିଯୁକ୍ତି ସୁଯୋଗ କମୁଛି । ଲକ୍ଷ ଲକ୍ଷ ଲୋକ ଜୀବିକା ହରାଉଛନ୍ତି । କାର୍ଯ୍ୟ କ୍ଷେତ୍ରରେ ଲିଙ୍ଗଗତ ଓ ମଜୁରୀ ଅସମାନତା ଉଦବେଗଜନକ ଭାବେ ବୃଦ୍ଧି ପାଉଛି । ଅକ୍ସଫାମ ଇଣ୍ଡିଆର ଏଭଳି ରିପୋର୍ଟ କେନ୍ଦ୍ର ସରକାରଙ୍କ ଅସଲ ମୁଖା ଖୋଲିଦେଇଛି ।

ଘରୋଇ ସଂସ୍ଥାମାନେ ଠିକା କର୍ମଚାରୀଙ୍କ ଉପରେ ଗୁରୁତ୍ୱ ଦେଉଛନ୍ତି । ଶ୍ରମିକ ଶ୍ରେଣୀର ଲୋକମାନେ ସାମାଜିକ ସୁରକ୍ଷା ଅଭାବରୁ ଦୟନୀୟ ସ୍ଥିତିରେ ଅଛନ୍ତି ।

କେନ୍ଦ୍ର ସରକାରଙ୍କ ବିକାଶର ମଡେଲ ଯୋଗୁଁ ଲୋକେ କାମ ହରାଉଛନ୍ତି । ଦେଶରେ ଜିଡିପି ବଢୁଛି କିନ୍ତୁ ବେରୋଜଗାର ବଢୁଛି । କର୍ମକ୍ଷେତ୍ରରେ ଲିଙ୍ଗଗତ ଅସମାନତା ଓ ପାରିଶ୍ରମିକରେ ବିଭେଦ ବଢ଼ୁଥିବାରୁ ଯୁବକ ଯୁବତୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ସଂଗଠିତ କ୍ଷେତ୍ରରେ ଠିକା ଶ୍ରମିକଙ୍କୁ ପ୍ରାଧାନ୍ୟ ମିଳୁଛି । କିନ୍ତୁ ଏହି ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ଆଖିବୁଜି ଦେଉଛନ୍ତି ଘରୋଇ କ୍ଷେତ୍ର । ଗତ 10 ବର୍ଷରେ ସ୍ଥାୟୀ କର୍ମଚାରୀଙ୍କ ଦରମାରେ 10 ଗୁଣା ବୃଦ୍ଧି ହୋଇଥିବା ବେଳେ ଠିକା ଶ୍ରମିକଙ୍କ ଦରମା ମାତ୍ର 4 ଗୁଣା ବଢିଛି ।

କର୍ମକ୍ଷେତ୍ରରେ ମହିଳାଙ୍କ କମ ଯୋଗଦାନ ନେଇ ଉଦବେଗ ପ୍ରକାଶ ପାଇଛି । ଯେଉଁ ମହିଳା ଶ୍ରମିକ କାର୍ଯ୍ୟ କରୁଛନ୍ତି ସେମାନେ ଲିଙ୍ଗଗତ ବିିଭେଦର ଶିକାର ହେଉଛନ୍ତି । ସମାନ କାମପାଇଁ ସେମାନଙ୍କୁ ସମାନ ମଜୁରୀ ମିଳୁନାହିଁ । ଜାତି ଓ ଧର୍ମ ଭଳିସାମାଜିକ ପୃଷ୍ଠଭୂମିରେ ମଧ୍ୟ ମଜୁରୀ ଅସମାନତା ରହିଛି ।

ବିକାଶ ସହ ନିଯୁକ୍ତି କ୍ଷେତ୍ରକୁ ସମୃଦ୍ଧ କରି ଅଧିକ ନିଯୁକ୍ତି ସୃଷ୍ଟିକରିବାକୁ ସରକାରଙ୍କୁ ପରାମର୍ଶ ଦେଇଛି ଅକ୍ସଫାମ ଇଣ୍ଡିଆ । କର୍ମ କ୍ଷେତ୍ରରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି ଅକ୍ସଫାମର ଏହିରିପୋର୍ଟ ।

Share

Leave a Reply

Your email address will not be published. Required fields are marked *

eight + 17 =