କନ୍ଧମାଳରେ କରୋନା ସନ୍ଦିଗ୍ଧ

ଫୁଲବାଣୀ() ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ ।ଏହି ଭାଇରସକୁ ନେଇ ଏବେ ଓଡ଼ିଶାରେ ମଧ୍ୟ ଭୟ ଦେଖାଦେଇଛି । କନ୍ଧମାଳ ଜିଲ୍ଲା ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ର କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ।

କନ୍ଧମାଳ ଜିଲ୍ଲା ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଫୁଲବାଣୀର ଡାକ୍ତରୀ ଛାତ୍ରଜଣକ ଚୀନରେ ଏସବିବିଏସ ପଢୁଥିଲେ । ସେ ଚୀନରୁ ଅସୁସ୍ଥ ହୋଇ କିଛି ଦିନ ତଳେ ଅର୍ଥାତ ଗତ ୧୧ ତାରିଖରେ ଫୁଲବାଣୀ ଫେରିଥିବା ସୂଚନା ମିଳିଛି । ତେବେ ଘରକୁ ଫେରିବା ଦିନ ଠାରୁ କାଶ, ଥଣ୍ଡା ଛାଡ଼ୁ ନଥିବାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । କରୋନା ସନ୍ଦେହ କରି ନିଜେ ଛାତ୍ରଜଣକ ସିଡିଏମଓଙ୍କୁ ଚିଠି ଲେଖିଥିଲେ । ଚିଠି ଦେଖିବା ପରେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two × 3 =