ଓଡିଶାରେ ତ୍ରିପୁରା ମଡେଲ

ଭୁବନେଶ୍ବର () ତ୍ରିପୁରାରେ କଂଗ୍ରେସ ନେତାଙ୍କୁ ଆକ୍ରମଣର ୨୪ ଘଣ୍ଟା ନପୂରୁଣୁ ଓଡିଶାରେ ପିସିସି ସଭାପତିଙ୍କୁ ଆକ୍ରମଣ । ଏହି ଆକ୍ରମଣରେ ସାମିଲ ଅଛନ୍ତି କେନ୍ଦୁଝର ଯୁବ ବିଜେପି ନେତା । ତେଣୁ ସ୍ବାଭାବିକ ଭାବେ ସନ୍ଦେହ ହେଉଛି ବିଜେପି ଓଡିଶାରେ ତ୍ରିପୁରା ମଡେଲ ଆପଣେଇବାକୁ ଚେଷ୍ଟା କରୁନି ତ?

ରବିବାର କେନ୍ଦୁଝର କାଶୀପୁରରେ ପିସିସି ନିରଂଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ କରିବା ସହ ତାଙ୍କ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କକୁ ମାଡ଼ ମାରିଛନ୍ତି ଯୁବ ବିଜେପି ନେତାମାନେ । ଯାହାକୁ ନେଇ ରାଜ୍ୟ ବିଜେପିକୁ କଡ଼ା ସମାଲୋଚନା କରିଛି କଂଗ୍ରେସ  । ଜିଲ୍ଲାସ୍ତରରେ ଏସପି ଅଫିସ ଠାରୁ ଆରମ୍ଭ କରି ଡିଜି ଅଫିସ ଯାଏ କଂଗ୍ରେସ ପ୍ରତିବାଦ କରିବା ସହ ବିଜେପି ନେତାଙ୍କ  ବିରୋଧରେ  ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ରାଜଧାନୀ ଭୁବନେଶ୍ବରରେ ଡିସିପିଙ୍କୁ ସ୍ମାରକପତ୍ର ଦେଇଛି କଂଗ୍ରେସ

ରାଜନୈତିକ ଉଦ୍ଦେଶ୍ୟ ରଖି ଜୀବନରୁ ମାରିଦେବାକୁ ଷଡଯନ୍ତ୍ର କରିଥିଲେ ଅଭିଯୁକ୍ତ। କଂଗ୍ରେସ ଦଳ କୌଣସି ପରିସ୍ଥିତିରେ ଏଭଳି ଆକ୍ରମଣ କରେନାହିଁ କିମ୍ବା ହିଂସାକୁ ପ୍ରସୟ ଦିଏନାହିଁ। ପୋଲିସ ଯାହାକୁ ଧରିଛି ସେ ବିଜେପିର ଲୋକ। ସଂନ୍ଧ୍ୟା ସମୟରେ ମଦ୍ୟପାନ କରି ଆକ୍ରମଣ କରିଛନ୍ତି। ରାଜନୀତିରେ ସବୁ ଦଳର କହିବାର ଅଧିକାର ଅଛି। କିନ୍ତୁ ଦଳର ମୁଖିଆଙ୍କୁ ଆକ୍ରମଣ କରିବା ଠିକନୁହେଁ। ବିଜେପି ହିଂସା କରି ଭୟଭୀତ କରି ରାଜନୀତି କରିବାକୁ ଚାହୁଁଛି। ସବୁ ବ୍ଳକ ଏବଂ ଜିଲ୍ଲାରେ ପ୍ରତିବାଦ କରିବ କଂଗ୍ରେସ । ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ।  

ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ରାଜ୍ୟ ବିଜେପିର ଏପରି ହିଂସାକାଣ୍ଡକୁ ଟ୍ବିଟ କରି ନିନ୍ଦା କରିଛନ୍ତି  । ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ତାଙ୍କୁ ଆକ୍ରମଣ କରିଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି  । ଏହାସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ପ୍ରଭାରୀ ଡି. ପୁରନ୍ଦେଶ୍ବରୀଙ୍କୁ ପଚାରିଛନ୍ତି ଏକାଧିକ ପ୍ରଶ୍ନ । ସୋସିଆଲ ମିଡ଼ିଆରେ ନିରଂଜନଙ୍କ ଏପରି ପ୍ରଶ୍ନର କିନ୍ତୁ ସିଧାସଳଖ ଉତ୍ତର ଦେଇନାହିଁ ବିଜେପି  ।  ଆକ୍ରମଣକୁ ଦଳ ନିନ୍ଦା କରିବା ସହ ଏଥିରେ ବିଜେପିର ସଂପୃକ୍ତି ନାହିଁ ବୋଲି କହିଛି  । ସେପଟେ ପିସିସି ସଭାପତିଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛି ବିଜେଡି  ।  ଦଳ କହିଛି, ଓଡ଼ିଶାରେ ପୂର୍ବରୁ ଏପରି ଘଟଣା ଦେଖିବାକୁ ମିଳିନାହିଁ  । ରାଜ୍ୟ ବିଜେପି ତ୍ରିପୁରା ଟ୍ରେଣ୍ଡକୁ ଆପଣାଇଛି  । ସେହିପରି ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ପିସିସି ସଭାପତି ଆକ୍ରମଣକୁ ଦୃଢ ନିନ୍ଦା କରିବା ସହ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି  । ଏହା ରାଜ୍ୟ ବିଜେପିର ମୁଖା ଖୋଲିଦେଇଛି  ।

ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନପତି ଅଭିଯୋଗ କରିଛନ୍ତି ଯେ, ବିଜେପିର ବିରିଷ୍ଠ ସଦସ୍ୟ ପିସିସି ସଭାପତିଙ୍କୁ ମାରିଦେବାକୁ ଆସିଥିଲେ। କାଚ ଲକ ଥିବାରୁ ନିରଞ୍ଜନ ବର୍ତ୍ତିଯାଇଛନ୍ତି। ମୋଦିଙ୍କ ଟାର୍ଗେଟରେ ସବୁବେଳେ କଂଗ୍ରେସ। ତ୍ରିପୁରାରେ ପିସିସି ସଭାପତିଙ୍କୁ ଆକ୍ରମଣର ୨୪ ଘଣ୍ଟା ମଧ୍ୟରେ ଓଡିଶା ପିସିସି ସଭାପତିଙ୍କୁ ଆକ୍ରମଣ ହୋଇଛି। ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସର ବିରୋଧ ଯୋଗୁଁ ଏଭଳି କରୁଛି ବିଜେପି। ରାଜରାସ୍ତାରେ ଲୁଚିକି ଆକ୍ରମଣ କଲେ କଂଗ୍ରେସ ବରଦାସ୍ତ କରିବ ନାହିଁ। ଚାଷୀଙ୍କ ଆନ୍ଦୋଳନ ଦେଖି ବିଜେପି ଡରିଗଲାଣି। ସେଥିପାଇଁ ସବୁ ରାଜ୍ୟର ପିସିସି ସଭାପତିଙ୍କୁ ଆକ୍ରମଣ କରାଯାଉଛି।

Share

Leave a Reply

Your email address will not be published. Required fields are marked *

twelve − twelve =