ଭୁଲରେ ବି କରନ୍ତୁନି ଏହି କାମ ବ୍ୟୁଟି ହୋଇଜିବ ନଷ୍ଟ

ପୁରୁଷ ହୁଅନ୍ତୁ ବା ମହିଳା, ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହିଁଥାନ୍ତି। ଏପରିକି ନିଜକୁ ସୁନ୍ଦର ରଖିବା ପାଇଁ ଅନେକ ପ୍ରକାରର ଅସବାପତ୍ର ମଧ୍ୟ ବ୍ୟବହାର କରିଥାନ୍ତି। ତେବେ ବିଭିନ୍ନ ମହଙ୍ଗା ବ୍ୟୁଟି ପ୍ରଡ଼କ୍ଟର ବ୍ୟବହାର କରିବା ପରେ କିଛି ଛୋଟ ଭୁଲ ଆପଣଙ୍କୁ ଚେହେରାକୁ ନଷ୍ଟ କରିପାରେ। ଆଜି ଆମେ ଆପଣଙ୍କ ଦ୍ବାରା କରାଯାଇଥିବା ସେହି ସାଧାରଣ ଭୁଲ ବିଷୟରେ କହିବାକୁ ଯାଉଛୁ।
-ଦିନ ସାରା ମେକଅପ ବ୍ୟବହାର କରୁଥିବା ବ୍ୟକ୍ତି ରାତିରେ ସବୁବେଳେ ମେକଅପ ରିମୁଭ କରି ଶୁଅନ୍ତୁ। ଯଦି ଆପଣ ସବୁବେଳେ ମେକଅପ ଲଗାଇ ଶୋଉଛନ୍ତି ତେବେ ତ୍ବଚା ଜଳାଇବା, ଫୁଲିବା ସହ ତ୍ବଚାର ପ୍ରାକତିକ ସୁନ୍ଦରତା କମ ହୋଇଥାଏ। ଏଣୁ ମେକଅପ୍ ସଫା କରିବା ପାଇଁ ସବୁବେଳେ ମେକଅପ୍ ରିମୁଭରର ବ୍ୟବହାର କରନ୍ତୁ।
-ବର୍ତ୍ତମାନର ଜିଡ଼ିଟାଲ ଯୁଗରେ ଲୋକ ବିଳମ୍ବିତ ରାତି ପାଇଁ ମୋବାଇଲ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଏହା ଦ୍ବାରା ଆପଣଙ୍କ ସ୍କିନକୁ ଖରାପ ପ୍ରଭାବ ପଡ଼ିଥାଏ। କାରଣ ମୋବାଇଲ ଫୋନରୁ ବାହାରିଥିବା ରେଡ଼ିୟମ୍ ତ୍ବଚାକୁ ଖରାପ କରିବା ସହ ବିଭିନ୍ନ ପ୍ରକାରର ତ୍ବଚା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।
-ରାତି ସମୟରେ କେଶକୁ ଅଧିକ ଟାଇଟ କରି ବାନ୍ଧନ୍ତୁ ନାହିଁ। ଏହା ଦ୍ବାରା କେଶ ଛିଡ଼ିବା ସହ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଏଣୁ ରାତିରେ ସବୁବେଳେ ହାଲୁକାରେ କେଶ ବାନ୍ଧିବା ସହ ଖୋଲା କରି ଶୁଅନ୍ତୁ। ଏଥିସହ ରେଶମ ବା କଟନର ଟକିଆ ବ୍ୟବହାର କରନ୍ତୁ।
-ସଠିକ ଭାବେ ଟକିଆକୁ ସଫା କରନ୍ତୁ। କାରଣ ଶୋଇବା ସମୟରେ ଟକିଆରେ ଜମି ରହିଥିବା ଜୀବାଣୁ ଏବଂ ବ୍ୟାକ୍ଟେରିଆ ଚେହେରାରେ ବ୍ରଣ ଏବଂ ଦାଗର କାରଣ ପାଲଟିଥାଏ।
-ସୁସ୍ଥ ଏବଂ ସୁନ୍ଦର ରହିବାର ସବୁଠାରୁ ସହଜ ଏବଂ ସରଳ ଉପାୟ ହେଉଛି ପର୍ୟ୍ୟପ୍ତ ପରିମାଣର ପାଣି ପିଇବା । ଏହା ଦ୍ବାରା ସଠିକ୍ ଭାବେ ରକ୍ତ ସଂଞ୍ଚାଳନ ହେବା ସହ ଶରୀର ସୁସ୍ଥ ରହିଥାଏ।

Share

Leave a Reply

Your email address will not be published. Required fields are marked *

17 − 4 =