ଆଜି ସ୍ମ୍ରିତି ମାନ୍ଧନାଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ସ୍ମୃତି ମାନ୍ଧନା ଭାରତୀୟ ମହିଳା ଦଳର ନିର୍ଭର ଯୋଗ୍ୟ ବ୍ୟାଟ୍ସମ୍ୟାନ । ତେବେ ଏହି ମହାନ କ୍ରିକେଟର ଆଜି ୨୫ ବର୍ଷରେ ପାଦ ଥାପିଛନ୍ତି । ୧୯୯୬ ମସିହା ଜୁଲାଇ ୧୨ ତାରିଖରେ ମୁମ୍ବାଇରେ ସ୍ମୃତିଙ୍କ ଜନ୍ମ । ତାଙ୍କ ପିତାଙ୍କ ନାମ ଶ୍ରିନିବାସ ଥିବା ବେଳେ ମାଙ୍କ ନାମ ଥିଲା ସ୍ମିତା । ପିଲାଟି ଦିନରୁ ହିଁ ତାଙ୍କର ଥିଲା କ୍ରିକେଟ ପ୍ରତି ଦୁର୍ବଳତା । ଘରେ ବସି ଟିଭି ଦେଖିବା ଦିନଠାରୁ ସେ କ୍ରିକେଟ ମଇଦାନକୁ ଓହ୍ଲାଇବେ ବୋଲି ସ୍ଥ୍‌ିର କରିଥିଲେ । ତାଙ୍କ ବଡ଼ଭାଇ ସହ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ତେବେ ୯ ବର୍ଷ ବୟସରେ ମହାରାଷ୍ଟ୍ରର ସେ ଅଣ୍ଡର ୧୫ ଦଳରେ ସ୍ଥାନ ପାଇଥିଲେ । ଭଲ ଖେଳ ପ୍ରଦର୍ଶନ କରିବା ସହ ୧୧ ବର୍ଷ ବୟସରେ ସେ ଅଣ୍ଡର ୧୯ ଦଳରେ ସ୍ଥାନ ପାଇଥିଲେ ।

ପରିବାରର ସମସ୍ତେ ତାଙ୍କୁ ସହଯୋଗ କରୁଥିଲେ । ଉତ୍ତମ ଖାଦ୍ୟଠାରୁ ଆରମ୍ଭ କରି ଅଭ୍ୟାସ ଲାଗି ନେଇ ଯାଉଥିଲେ । ବାପା,ମା ଏବଂ ବଡ଼ ଭାଇ ସମସ୍ତଙ୍କ ସହଯୋଗ ମିଳୁଥିବା ଆଜି ମଧ୍ୟ ସେ ଇଂଟରଭିୟରେ କୁହନ୍ତି । ୨୦୧୩ ମସିହାରେ ସ୍ମୃତିଙ୍କୁ ପ୍ରଥମ ସଫଳତା ମିଳିଥିଲା । ଗୁଜୁରାଟ ବିପକ୍ଷ ମ୍ୟାଚରେ ସେ ୧୫୦ ବଲରୁ ୨୨୪ ରନ କରିଥିଲେ । ଏହାପରେ ଧିରେ ଧିରେ ସ୍ମୃତି ଜାତୀୟ ଦଳର ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଡବ୍ଲୁବିବିଏଲରେ ମଧ୍ୟ ବର୍ଷିକିଆ ଚୁକ୍ତି କରି ଖେଳି ଭଲ ପ୍ରଦର୍ଶନ କରିଥିଲେ ସ୍କୃତି । ୨୦୧୩ ମସିହା ୫ ଜୁଲାଇରେ ବାଲାଂଦେଶ ବିପକ୍ଷରେ ଏକ ଟି-୨୦ ମ୍ୟାଚରେ ଡେବ୍ୟୁ କରିଥିଲେ ସ୍କୃତି । ପରେ ସେହି ବର୍ଷ ବାଲାଂଦେଶ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ତାଙ୍କୁ ସ୍ଥାନ ମିଳିଥିଲା । ପ୍ରଥମ ମ୍ୟାଚରୁ ହିଁ ଭଲ ପ୍ରଦର୍ଶନ କରିଥିଲେ ସ୍ମୃତି । ପରେ ସେ ଇଂଲଣ୍ଡ ବିପକ୍ଷରେ ୨୦୧୪ରେ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ । କ୍ରିକେଟର ତିନୋଟି ଯାକ ଫର୍ମାଟରେ ସେ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିବା ସହ କ୍ରିକେଟପ୍ରେମୀଙ୍କ ମନ ଜିଣିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × five =