ହରିଣ ମାଂସ ଜବତ,ତିନି ଗିରଫ

ଡାଳିଯୋଡା ବନ ବିଭାଗ ଦ୍ଵାରା ୩ ଜଣ ଶୀକାରୀ କୁ ଗିରଫ କରାଯାଇଛି। ଘଟଣାରୁ ପ୍ରକାଶ ଯେ ଗତ କାଲି ନଳିଦା ପ୍ରଥମିକ ସଂରକ୍ଷିତ ଜଙ୍ଗଲ ଭିତରେ ଶିକାର ହଉଥିବା ଖବର ପାଇ ଡାଳିଯୋଡା ବନାଅଞ୍ଚଳର ଅଧିକାରୀ ଅଭିରାମ ଜେନା କାଯ୍ୟୀନୁଷନ ପାଇଁ ବୈରୀ ବନପାଳ ମାଣିକ ମୁଣ୍ଡା ଓ ଚଣ୍ଡିଖୋଲ ବନପାଳ ଶଶୀକାନ୍ତ ବେହେରାଙ୍କୁ କାର୍ୟାନୁଷ୍ଠାନ ପାଇଁ କହିଥିଲେ। ପରେ ବଡଚଣା ବ୍ଲକ ଅନ୍ତର୍ଗତ ପାରିଆ ପଞ୍ଚାୟତ ଅଧିନସ୍ଥ ବରୁଣିଆ (ଚାରିଗୋଛିଆ) ମୁଣ୍ଡା ସହିରେ ମଂସ କଟାଯାଉ ଥିବା ଜାଣି ଚଢାଉ କରି ହରିଣ ମାସଂ, ମୁଣ୍ଡ, ଗୋଡ ମାଂସ କଟାରେ ବ୍ୟବହୃତ ଚାପଡ ପନିକି କଟୁରୀ ଧନୁତୀର ଜବତ କରିବା ସହ ସେହି ଗ୍ରାମର ପାଚାଇ ମୁଣ୍ଡାର ପୁଅ ଦେବ ମୁଣ୍ଡା ୩୪ବର୍ଷ କୁ ଧରି ପଚରାଉଚରା କରିଥିଲା। ଅନୁସାରେ ବୈରୀ ଥାନା ଅନ୍ତର୍ଗତ କାଇମାଟିଆ ପଞ୍ଚାୟତର କଣ୍ଟେଇଝ ଗ୍ରାମର ରାମସିଂହ ବିରୁଆ ଘରେ ଚଢାଉ କରି ତାର ପୁଆ ମିଲୁ ବିରୁଆ ୨୨ବର୍ଷ ଓ ସହି ଗ୍ରାମର ଚନ୍ଦରା ତିହାର ଘରେ ଚଢାଉ କରି ତାର ଜ୍ବାଇଁ ଟମକା ଥାନା ଅନ୍ତର୍ଗତ କିଆଝର ପଞ୍ଚାୟତର ସମରପିଠ ଗ୍ରାମର କାଳିଚରଣ ମୁଣ୍ଡାର ପୁଅ ମାନିଆ ମୁଣ୍ଡା ୨୭ ବର୍ଷ କୁ ରାତିରେ ଚଢାଉ କରି ବିଭିନ୍ନ ମାରଣାସ୍ତ୍ର ସହିତ ଏକ ଚୋରା ଦେଶୀ ବନ୍ଧୁକ ଜବତ କରିଛନ୍ତି। ଏହି ଚଢାଉରେ ବନରକ୍ଷୀ ଅଶ୍ବିନୀ କୁମାର ସାହୁ।ସରୋଜ ମଲ୍ଲିକଙ୍କ ସହି ସଫା ଓ ମଙ୍ଗରାଜ ପୁରୁ ସେକ୍ସନ୍ ର ସ୍କୋଡ ସାମିଲି ଥିଲେ। କଟକ ବନଖଣ୍ଡର ସହକାରୀ ବନସଂରକ୍ଷକ ମନୋରଞ୍ଜନ ସ୍ଵାଇଁ। ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଅନ୍ୟ ଆସାମି ମାନଙ୍କୁ ଶୀଘ୍ର ଗିରଫ କରିବା ସହ ଏହି ତିନି ଜଣକୁ ଆସନ୍ତା କାଲି ଅଦାଲତ ଚାଲାଣ କରାଯିବ ବୋଲି କହିଛନ୍ତି।

Share

Leave a Reply

Your email address will not be published. Required fields are marked *

15 + 14 =