ବାତ୍ୟା ପରିସ୍ଥିତି ନେଇ ଏମିତି କହିଲେ ଏସଆରସି

ଭୁବନେଶ୍ୱର: ଆସୁଛି ବାତ୍ୟା ‘ଗୁଲାବ’ । ଆଜି ରାତିରେ କରିବ ଲ୍ୟାଣ୍ଡଫଲ । ଜିରୋ କାଜୁଆଲିଟି ଲାଗି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହାରି ଭିତରେ ବାତ୍ୟା ପରିସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ଏସଆରସି । ଆସନ୍ତାକାଲି ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରେ ସ୍କୁଲ ଛୁଟି ରହିବ । ମଙ୍ଗଳବାର ସ୍ଥିତିକୁ ଦେଖି ଜିଲ୍ଲାପାଳ ସ୍କୁଲ ବାବଦରେ ନିଷ୍ପତି ନେବେ । ବାତ୍ୟା ମୁକାବିଲା ସମୀକ୍ଷା ବେଳେ ସୂଚନା ଦେଇଛନ୍ତି ଏସଆରସି । ସୁଚନା ଯେ, ଶ୍ରୀକାକୁଲମ୍ ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏନେଇ ବାତ୍ୟା ଗୁଲାବ ମୁକାବିଲା ନେଇ ସମୀକ୍ଷା ବୈଠକରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଆଜି ମଧ୍ୟ ରାତ୍ରିରେ ଗୋପାଳପୁର-କଳିଙ୍ଗପଟ୍ଟନମ୍ ମଝିରେ ସ୍ଥଳଭାଗ ଛୁଇଁବ । କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ଶ୍ରୀକାକୁଲମ୍ ଜିଲ୍ଲାରେ ଗୁଲାବ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୭୫ରୁ ୮୫ କିମି ରହିବ । ଗଜପତି, କୋରାପୁଟ, ମାଲକାନାଗିରି ନେଇ ଛତିଶଗଡ଼କୁ ଗତି କରିବ ବୋଲି ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

eleven − 7 =