ପୁଣି ହାଇସ୍କୁଲରେ ନିଯୁକ୍ତି ହେବେ କମ୍ପ୍ୟୁଟର ଶିକ୍ଷକ

ଭୁବନେଶ୍ୱର() ହାଇସ୍କୁଲ୍ରେ ଖୁବଶୀଘ୍ର ନିଯୁକ୍ତି ପାଇବେ କମ୍ପ୍ୟୁଟର ଶିକ୍ଷକ । ରାଜ୍ୟରେ ୪ ହଜାର ସ୍କୁଲ୍ ସଉଞ-ଖବଭରେ ଖାଲି ପଡ଼ିଛି ପଦବୀ । ଗତ ଏପ୍ରିଲ ମାସରୁ ସ୍କୁଲଗୁଡିକରେ ଥିବା ସଉଞ-ଖବଭ ବନ୍ଦ ହୋଇଯାଇଛି । ଲ୍ୟାବରେ କାର୍ୟ୍ୟରତ କମ୍ପ୍ୟୁଟର ସଂଯୋଜକ ମାନଙ୍କର ୫ ବର୍ଷିଆ କାର୍ୟ୍ୟକାଳ ଅବଧି ଶେଷ ହୋଇଯିବାରୁ ସେମାନଙ୍କୁ କମ୍ପାନୀ ଛଟେଇ କରିଥିଲା । ଫଳରେ ରାଜ୍ୟର ସ୍କୁଲମାନଙ୍କରେ କମ୍ପ୍ୟୁଟର ଶିକ୍ଷା ବନ୍ଦ ହୋଇଯାଇଥିଲା ଏବଂ ପାଖାପାଖି ୪ ହଜାର କମ୍ପ୍ୟୁଟର ସଂଯୋଜକ ସେମାନଙ୍କର ଜୀବିକା ହରାଇ ବେକାର ହୋଇଯାଇଥିଲେ । ସରକାର ଖୁବ୍ ଶୀଘ୍ର ସ୍କୁଲ ସଉଞ-ଖବଭରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ଏବଂ ଲ୍ୟାବ୍ ରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କରିବେ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

Share

Leave a Reply

Your email address will not be published. Required fields are marked *

thirteen − nine =