ଆଜି ଇଶାନ କିଶାନଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଇଶାନ କିଶାନ ଆଇପିଏଲ ପ୍ରେମୀଙ୍କ ଲାଗି ଏକ ଚିହ୍ନା ନାମ । ତେବେ ଏହି ଯୁବ କ୍ରିକେଟର ୧୯୮୮ ମସିହା ଜୁଲାଇ ୧୨ ତାରିଖରେ ବିହାରରେ ଜନ୍ମ ହୋଇଥିଲେ । ତାଙ୍କ ପିତାଙ୍କ ନାମ ଥିଲା ପ୍ରଣବ କୁମାର ପାଣ୍ଡେ । ଇଶାନଙ୍କ ବଡ଼ ଭାଇ ମଧ୍ୟ ପିଲାଟି ଦିନରୁ ତାଙ୍କୁ କ୍ରିକେଟ ଖେଳିବା ଲାଗି ସହଯୋଗ କରୁଥିଲେ । ତେବେ ଇଶାନ ପିଲାଟି ଦିନରୁ ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ଅଷ୍ଟ୍ରେଲିୟ କିମ୍ବଦନ୍ତୀ କ୍ରିକେଟର ଆଦାମ ଗିଲଖ୍ରୀଷ୍ଟଙ୍କୁ ନିଜର ଆଇଡଲ ରୂପେ ମାନିଛନ୍ତି । ଏହି ଦୁଇ ବରିଷ୍ଟ ଖେଳାଳୀ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ଥିବାରୁ ସେ ଏମାନଙ୍କୁ ଅନୁକରଣ କରୁଥିଲେ । ଝାଡ଼ଖଣ୍ଡ ପକ୍ଷରୁ ରଣଜୀ ଖେଳୁଛନ୍ତି ଇଶାନ । ରଣଜିରେ ସେ ଅନେକ ରେକର୍ଡ ମଧ୍ୟ କରିଛନ୍ତି । ୨୦୧୬-୧୭ ସିଜିନରେ ସେ ଦିଲ୍ଲୀ ବିପକ୍ଷ ମ୍ୟାଚରେ ୨୭୩ ରନର ପାଳି ଖେଳି ରେକର୍ଡ କରିଛନ୍ତି । ଆଇପିଏଲରେ ଏବେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପକ୍ଷରୁ ଖେଳୁଛନ୍ତି ଇଶାନ । ନିୟମିତ ଖେଳାଳୀ ଭାବେ ଦଳରେ ସ୍ଥାନ ପାଇବା ସହ ବଡ଼ ବଡ଼ ସଟ୍ ଲାଗି ସମସ୍ତେ ତାଙ୍କୁ ଭଲ ପାଇବା ଦେଇଥାନ୍ତି । ୨୦୨୦ ଆଇପିଏଲରେ ସେ ମୁମ୍ବାଇ ପକ୍ଷରୁ ୧୪ଟି ମ୍ୟାଚ ଖେଳି ୫୧୯ ରନ କରିଥିଲେ । ଚଳିତବର୍ଷ ଆଇପିଏଲ ଆରମ୍ଭରୁ ମଧ୍ୟ ଭଲ ଖେଳ ଆରମ୍ଭ କରିଥିଲେ ଇଶାନ । ତେବେ ସେ ମାତ୍ର ୨ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳି ୬୦ରନ କରିିଛନ୍ତି । ଫାଷ୍ଟକ୍ଲାସ କ୍ରିକେଟରେ ତାଙ୍କର ଅନେକ ରେକର୍ଡ ରହିଛି । ଆନ୍ତର୍ଜାତୀୟ ଦଳକୁ ଫେରିବା ଲାଗି ଚେଷ୍ଟା ଜାରି ରଖିଛନ୍ତି ଇଶାନ । ଋଷଭ ପନ୍ଥ ଏବଂ ରିଦ୍ଧିମାନ ଶାହଙ୍କ ଲାଗି ସେ ନିୟମିତ ଦଳରେ ସ୍ଥାନ ପାଇ ପାରୁନାହାଁନ୍ତି ।

Share

Leave a Reply

Your email address will not be published. Required fields are marked *

1 × one =