ଲିଭ୍-ଇନ୍କୁ ନେଇ ସୁପ୍ରିମ୍ କୋର୍ଟର ବଡ ନିଷ୍ପତ୍ତି

ଲିଭ୍-ଇନ୍ ସମ୍ପର୍କରେ ରହୁଥିବା କୌଣସି ପୁରୁଷ ଯଦି ସଂପୃକ୍ତ ମହିଳାଙ୍କୁ ବିବାହ ନକରିପାରେ ତେବେ ମହିଳା ଜଣକ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ପାରିବେ ନାହିଁ । ଏହା କହିଛନ୍ତି ସୁପ୍ରିମ କୋର୍ଟ । ଏଭଳି ସମ୍ପର୍କରେ ରହି ପୁରୁଷଙ୍କ ମିଥ୍ୟା ବିବାହ ପ୍ରତିଶ୍ରୁତି ପରେ ପ୍ରତାରଣାର ଶିକାର ହେଉଛନ୍ତି ଅନେକ ମହିଳା । ଏଭଳି ଶହ ଶହ ମାମଲା କୋର୍ଟରେ ପଡ଼ିଛି । ଅନେକ ମହିଳା ଦୁଷ୍କର୍ମ ଆଇନ୍କୁ ପରିହାସରେ ପରିଣତ କରି ଦେଇଛନ୍ତି ବୋଲି କୋର୍ଟ କହିଛନ୍ତି । ଅନେକ କ୍ଷେତ୍ରରେ ଯଦି କେହି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ କଥା ରଖୁ ନାହିଁ ସେ କ୍ଷେତ୍ରରେ ମହିଳା ଜଣକ ଦୁଷ୍କର୍ମ ଅଭିଯୋଗ ଆଣୁଥିବା ଦେଖା ଯାଉଛି ।
ତେଣୁ ଏଭଳି ଅଭିଯୋଗକୁ ଦୁଷ୍କର୍ମ ଭାବେ ବିବେଚନା ନକରି ଠକେଇ ମାମଲା ଭାବେ ଗ୍ରହଣ କରିବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ କହିବା କଥା, ଜଣେ ବୟସ୍କ ପୁରୁଷ ଓ ମହିଳା ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ ଏଭଳି ଦୁଷ୍କର୍ମ ଅଭିଯୋଗ ଆଣିବା ଅଯୌକ୍ତିକ । ସେଥିଲାଗି ଏଭଳି ଘଟଣା ଠକେଇ ଓ ବିଶ୍ୱାସଘାତ ମାମଲା ରୁଜୁ ହେବ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − 11 =