ଆସିଗଲା ‘ଗଲିବଏ’ର ଟିଜର

ବଲିଉଡ଼ର ସୁପରଷ୍ଟାର ଅଭିନେତା ରଣବୀର ସିଂ ଏବଂ ଆଲିଆ ଭଟ୍ଟର ଗଲିବଏର ଟିଜର ଆଜି ରିଲିଜ୍ ହୋଇଛି। ବକ୍ସଅଫିସରେ ଫିଲ୍ମ ସିମ୍ବା ଧମାଲ କରୁଥିବା ବେଳେ ରଣବୀର ଏହି ୧.୨୯ ମିନିଟର ଟିଜରରେ ହିପହିପ୍ ରାପ୍ କରୁଥିବା ଦେଖାଯାଇଛନ୍ତି।
ଏହି ଟିଜରରେ ଫିଲ୍ମର କିଛି ଝଲକ ଏବଂ ଡ଼ାଏଲୋଗ୍ ଦେଖାଯାଇଥିବା ବେଳେ ଏଥିରେ ରଣବୀର ଏବଂ ଆଲିଆଙ୍କ ସହ କଲକି କୋଚଲୀନ ମଧ୍ୟ ନଜର ଆସିଛନ୍ତି।
ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଜୋୟା ଅଖତର। ଫିଲ୍ମରେ ଆଲିଆ ଜଣେ ମୁସଲିମ ଝିଅ ଭୂମିକାରେ ନଜର ଆସୁଛନ୍ତି। ଫିଲ୍ମର କାହାଣୀ ଏକ ସାଧାରଣ ଯୁବକର କାହାଣୀ, ଯିଏ ର୍ୟାପ କରିବାକୁ ପସନ୍ଦ କରେ। ଯୁବକର ଜବୀନରେ ପ୍ରେମ ଓ ପ୍ୟାନ୍ସକୁ ନେଇ ଘଟୁଥିବା ଘଟଣାକୁ ଦେଖାଯାଇଛି।

Share

Leave a Reply

Your email address will not be published. Required fields are marked *

nineteen − 14 =