ରାହୁଲଙ୍କ ବିରୋଧରେ ମହାଖୁଲାସା କରିବେ ଶ୍ରୀକାନ୍ତ

ଭୁବନେଶ୍ୱର () ଦଳବିରୋଧୀ ଓ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ କଂଗ୍ରେସରୁ ବହିଷ୍କୃତ ହେବା ପରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା । ଆଜି ଏକ ପ୍ରେସମିଟରେ ରାହୁଲଙ୍କ ବିରୋଧରେ ସେ ବିଷୋଦଗାରଣ କରିଛନ୍ତି ।

ସେ ସିଧା ସଳଖ ଭାବେ ଆକ୍ଷେପ କରିଛନ୍ତି ଯେ ରାହୁଲ ଗାନ୍ଧୀ ଖଣି ମାଫିଆଙ୍କ ହାତରେ ବିକ୍ରି ହୋଇଯାଇଛନ୍ତି । କଂଗ୍ରେସ ଦଳ ଖଣି ମାଫିଆଙ୍କ ହାତରେ ଦଳ ବାଟ ହୁଡିଯାଇଛି । ସେ ସିଧା ସଳଖ ଭାବେ ଆକ୍ଷେପ କରୁଛନ୍ତି ଯେ, ବର୍ତ୍ତମାନ କଂଗ୍ରେସରେ ରହିବାକୁ ହେଲେ ଖଣିଚୋରୀ, ଲୁଟ ଓ ସମ୍ପତ୍ତି ବଢାଇବାର ଯୋଗ୍ୟତା ହାସଲ କରିବା ଆବଶ୍ୟକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, 25 ତାରିଖରେ ସେ ମହାଖୁଲାସା କରିବେ । ଏହାପରେ ରାହୁଲ ଆଉ ସାରା ଦେଶରେ ମୁହଁ ଦେଖାଇ ପାରିବେନି । କଂଗ୍ରେସ ଇତିହାସରେ ରାହୁଲ ଏତେ ତଳକୁ ଚାଲିଆସିଛନ୍ତି । ଏବେ କଂଗ୍ରେସ ସହ ତାଙ୍କର ଆର-ପାର ଲଢ଼େଇର ଆହ୍ୱାନ ଦେଇଛନ୍ତି ।

ଦଳିତ, ଆଦିବାସୀ ଓ ପଛୁଆବର୍ଗ ନେତାଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରିବାକୁ ସେ ପ୍ରଥମରୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ତାକୁ ଦଳ ସୁପ୍ରିମୋ ପ୍ରତ୍ୟାଖାନ କରିଦେଇଛନ୍ତି । ତେଣୁ କଂଗ୍ରେସରୁ ତାଙ୍କୁ ବହିଷ୍କାର କରିଥିବାରୁ ସେ ରାହୁଲଙ୍କୁ ଧନ୍ୟବାଦ ଦେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × five =