ସତ ହେଲା ପୂର୍ବାନୁମାନ, ଶ୍ରୀକାନ୍ତ-ସାଗରିଆ ବିଦା

ଭୁବନେଶ୍ୱର () odisha24ର ପୂର୍ବାନୁମାନ ସତ ହେଲା ।  ରାଜ୍ୟ କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । ତାଙ୍କ ବହିଷ୍କାର ସମ୍ପିର୍କିତ ଆବେଦନକୁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସବୁଜ ସଙ୍କେତ ଦେଇଛନ୍ତି । ତାଙ୍କ ବହିଷ୍କାର ନୋଟିସ ପିସିସି ଶୃଙ୍ଖଳା କମିଟି ଜାରି କରିଛି ।

ସୂଚନାଯୋଗ୍ୟ, ଶ୍ରୀକାନ୍ତ ଜେନା ଗତ କିଛି ମାସ ହେଲା ପିସିସି ସଭାପତିଙ୍କ ବିରୋଧରେ ନିୟମିତ ଚକ୍ରାନ୍ତ କରୁଥିଲେ । କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସାଗରିଆଙ୍କୁ ହାତ କରି ସେ ଦଳ ବିରୋଧରେ ଏକ ହାୱା ସୃଷ୍ଟି କରୁଥିଲେ । ଏପରିକି କଂଗ୍ରେସ ବିରୋଧରେ କଂଗ୍ରେସକୁ ଲଢ଼େଇବାରେ ସେ ଏକ ପ୍ରମୁଖ ଭୂମିକା ତୁଲାଉଥିବା ଅଭିଯୋଗ ହୋଇଥିଲା । ଏହିଦୃଷ୍ଟିରୁ ଶ୍ରୀକାନ୍ତ ଓ ସାଗରିଆଙ୍କୁ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି । ଉଭୟଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ।

କଂଗ୍ରେସ କମିଟି ପଦାଧିକାରୀଙ୍କ ବିରୁଦ୍ଧରେ ନ୍ୟୁନ ଟିପ୍ପଣୀ ପ୍ରଦାନ କରିବା ଓ ସର୍ବୋପରି ଦଳକୁ କ୍ଷତି କରିବା ଉଦ୍ଧେଶ୍ୟରେ ଗଣମାଧ୍ୟମରେ ବୟାନବାଜି କରୁଥିବାରୁ ଏହି ଦୁଇ ନେତାଙ୍କୁ ବହିଷ୍କାର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

16 − eight =