ଓଡିଶାର ପୁନନିର୍ମାଣ ପାଇଁ ଅଟଳଜୀଙ୍କ ଯୋଗଦାନ ଥିଲା ଅତୁଳନୀୟ: ଧର୍ମେନ୍ଦ୍ର

ଭୁବନେଶ୍ୱର() ଅଟଳଜୀଙ୍କର ଓଡିଶା ପ୍ରତି ସ୍ନେହ ଓ ମୋହ ଅତୁଟ ଥିଲା । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ୧୯୯୧-୯୨ ମସିହାରେ ଓଡିଶା ଗସ୍ତର ପୁରୁଣା ଫୋଟ ଟ୍ୱିଟ କରି ଇତିହାସର ସ୍କୃତିକୁ ଉଜ୍ଜିବୀତ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମଦିବସରେ ଏହି ଫଟୋଟି ଅନେକ ସ୍କୃତିକୁ ଉଜ୍ଜିବୀତ କରୁଛି । ଫଟୋଟି ୧୯୯୧-୯୨ ମସିହାର । ଅଟଳଜୀ ଓଡିଶା ଆସିଥିଲେ । ପାର୍ଟି ଅଫିସରୁ ଓଡିଶା ବିଧାନସଭା ବୁଲି ଦେଖିବା ପାଇଁ ଇଚ୍ଛା କଲେ । ବିଧାନସଭାର ବାଚସ୍ପତି ଗ୍ୟାଲେରୀରେ କିଛି ସମୟ ବସିବା ପରେ ସେ ସମୟର ଓଡିଶାର ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଅଟଳଜୀଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ପ୍ୟାରୀମୋହନ ମହାପାତ୍ରଙ୍କୁ ପଠାଇ ତାଙ୍କ ପାଖକୁ ଆସିବାକୁ ଆମନ୍ତ୍ରଣ କଲେ । ବିଜୁ ବାବୁ ଅଟଳଜୀଙ୍କୁ ପାଛୋଟି ନେଲେ । ଅନ୍ତରଙ୍ଗ ଆଳାପ କଲେ । ଏହି ଫଟୋଟିରେ ଅଟଳଜୀ ଓ ବିଜୁ ବାବୁଙ୍କ ସହ ବିଜେପିର ସେ ସମୟର ବିଧାୟକ ବିକ୍ରମ କେଶରୀ ଦେଓ, ଅରବିନ୍ଦ ଢାଲି ଓ ସେ ସମୟର ବିଜେପିର ରାଜ୍ୟ ସଭାପତି ଦେବେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି ।

ବାଜପେୟୀଜୀ ବିରୋଧୀ ଦଳର ନେତା ଭାବେ ଓଡିଶାର କେବିକେ ଅଂଚଳର ଗରୀବୀ ସହ ରାଜ୍ୟର ବିଭିନ୍ନ ଅଂଚଳକୁ ବୁଲିବା ସହ ଲୋକ ମାନଙ୍କ ସହ ମିଶୁଥିଲେ । ୧୯୯୯ ମସିହାରେ ମହାବାତ୍ୟା ପରେ ପ୍ରଧାନମନ୍ତ୍ରୀ ଭାବେ ଓଡିଶାର ପୁନନିର୍ମାଣ ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା । ଦେହାବସାନ ପରେ ସେ ଆଜି ଅମର । ତାଙ୍କର ଆଜିର ପବିତ୍ର ଜନ୍ମଦିନରେ କୋଟି କୋଟି ପ୍ରଣାମ ବୋଲି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

8 − six =