୨୬ ପଜିଟିଭଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର() ଆଜି ସକାଳେ ଚିହ୍ନଟ ହୋଇଥିବା ୨୬ଜଣ ପଜିଟିଭଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ସରକାର । ସମସ୍ତ ପଜିଟିଭଙ୍କ ସୁରତ ଲିଙ୍କ ରହିଥିବା ନେଇ ଜଣାପଡ଼ିଛି । ଗଞ୍ଜାମର ୧୯ପଜିଟିଭ୍ ସୁରତରୁ ଫେରିଥିଲେ । କେନ୍ଦ୍ରାପଡ଼ାର ୫ ଓ ଭଦ୍ରକର ୨ ପଜିଟିଭ୍ ମଧ୍ୟ ସୁରତରୁ ଫେରିଥିଲେ । ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତେ ପୁରୁଷ । ଗଞ୍ଜାମ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୨୬, ୪୫, ୨୧, ୩୮, ୪୦, ୩୩, ୪୫, ୩୧, ୨୩, ୪୭, ୩୫, ୨୪, ୩୦, ୧୮, ୨୯, ୫୭, ୩୮, ୩୧, ୫୮ ବର୍ଷ । ଭଦ୍ରକ ଆକ୍ରାନ୍ତଙ୍କ ବୟସ ୨୪ ଓ ୪୧ବର୍ଷ । କେନ୍ଦ୍ରାପଡ଼ା ଆକ୍ରାନ୍ତଙ୍କ ବୟସ ୩୨, ୩୩, ୨୭, ୩୫, ୩୧ବର୍ଷ । ସମସ୍ତ ଆକ୍ରାନ୍ତଙ୍କଠାରେ ସଂକ୍ରମଣର ଲକ୍ଷଣ ଥିଲା ।

Share

Leave a Reply

Your email address will not be published. Required fields are marked *

9 − 2 =