ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ

ନୂଆଦିଲ୍ଲୀ()  ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶିଲା ଦିକ୍ଷୀତଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଆଜି ଦିନ ୧୦.୩୦ରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ୩.୩୦ ସମୟରେ ଦିଲ୍ଲୀର ସିଟି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ସେ ହୃଦ୍ରୋଗରେ ପୀଡ଼ିତ ଥିଲେ ଏବଂ ଚିକିତ୍ସା ପାଇଁ ଗତ କିଛି ଦିନ ତଳେ ଏସ୍କର୍ଟସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଆଜି ଦିନ ୧୦.୩୦ରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ୩.୩୦ ସମୟରେ ଦିଲ୍ଲୀର ସିଟି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ସେ ହୃଦ୍ରୋଗରେ ପୀଡ଼ିତ ଥିଲେ ଏବଂ ଚିକିତ୍ସା ପାଇଁ ଗତ କିଛି ଦିନ ତଳେ ଏସ୍କର୍ଟସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଶିଲା ୧୯୯୮ ମସିହାରେ ପୂର୍ବ ଦିଲ୍ଲୀ ସଂସଦୀୟ କ୍ଷେତ୍ରରୁ କଂଗ୍ରେସ ଟିକେଟ୍ ରେ ନିର୍ବାଚନ ଲଢି ହାରିବା ପରେ ଦିଲ୍ଲୀ ରାଜନୀତି ମଧ୍ୟରେ ନିଜକୁ ସୀମିତ କରିଥିଲେ। ତାଙ୍କ ନେତୃତ୍ୱରେ କଂଗ୍ରେସ ଦିଲ୍ଲୀରେ ଲଗାତାର ୩ ଥର ବିଜୟୀ ହୋଇଥିବା ବେଳେ ସେ ୧୯୯୮ରୁ ୨୦୧୩ ପର୍ୟ୍ୟନ୍ତ ରାଜ୍ୟ ଶାସନଡୋରୀ ସମ୍ଭାଳି ଥିଲେ।

Share

Leave a Reply

Your email address will not be published. Required fields are marked *

1 + six =