ସମ୍ପର୍କକୁ ନେଇ ମୁହଁ ଖୋଲିଲେ କ୍ୟାଟ

ମୁମ୍ବାଇ() ପୁଣି ଚର୍ଚ୍ଚାରେ ସଲ୍ଲୁ ଓ କ୍ୟାଟଙ୍କ ଯୋଡି । ସଲମାନ ଓ କ୍ୟାଟ୍ରିନାଙ୍କ କେମିଷ୍ଟ୍ରି ଫିଲ୍ମ ବକ୍ସଅଫିସ୍ରେ ହିଟ୍ ହୋଇଥାଏ। ଅନ୍ସ୍କ୍ରିନ ସହ ଅଫସ୍କ୍ରିନ୍ରେ ମଧ୍ୟ ଦର୍ଶକ ଉଭୟଙ୍କୁ ଦେଖିବାକୁ ପସନ୍ଦ କରନ୍ତି।

ଗୋଟେ ସମୟରେ ସଲମାନ ଖାନଙ୍କ ସହ ରିଲେସନଶିପ୍ରେ ଥିଲେ କ୍ୟାଟ୍ରିନା। ଏବେ କିଛି ଦିନ ତଳେ ଏକ ସାକ୍ଷାତକାରରେ କ୍ୟାଟଙ୍କୁ ପଚରାଯାଇଥିଲା ସଲମାନ ଓ ତାଙ୍କ ସମ୍ପର୍କ ବିଷୟରେ । କ୍ୟାଟ୍ କକହିଥିଲେ ଯେ, ତାଙ୍କର ଓ ସଲମାନଙ୍କ ମଧ୍ୟରେ ବନ୍ଧୁତାର ସମ୍ପର୍କ ଅଛି। କାରଣ ସଲମାନଙ୍କ ଜୀବନରେ ସବୁ କିଛି ସେଟ୍ ଅଛି। ସଲମାନ ତାଙ୍କୁ ବହୁତ ଅଧିକ ସମ୍ମାନ ଦିଅନ୍ତି ବୋଲି ସେ କହିଥିଲେ। ଏହା ସହ କ୍ୟାଟ୍ କହିଥିଲେ ଯେ, ଉଭୟ ଏକା ସହ ଥିଲା ବେଳେ କେବେ ଲାଇନ କ୍ରସ କରନ୍ତି ନାହିଁ। ଏଥିପାଇଁ ଦୁହେଁ ବେଶ ଭଲ ବଣ୍ଡ ସେଆର କରନ୍ତି।

Share

Leave a Reply

Your email address will not be published. Required fields are marked *

thirteen − 8 =