ଫ୍ରିରେ ସ୍ୱାଦିଷ୍ଟ ଖାଦ୍ୟ ପାଇଁ ଯୁବତୀ ଯାଆନ୍ତି ଏହି କାମରେ …

କଥାବାର୍ତ୍ତା ହୋଇ ପରସ୍ପରକୁ ଜାଣିବାକୁ ଯୁବକ ଯୁବତୀ ମିଶି ଡେଟରେ ଯାଇଥାନ୍ତି । ଆଲୋଚନା ଏବଂ ସମୟ ବିତାଇବା ଦ୍ୱାରା ସେମାନେ ଜୀବନ ସାରା ପରସ୍ପର ସହ ଖାପ ଖୁଆଇ ଚଳିପାରିବେ ନା ନାହିଁ ସେନେଇ ନିଷ୍ପତ୍ତି ନେଇଥାନ୍ତି । ଡେଟ ସମ୍ପର୍କରେ ଏକ ତଥ୍ୟ ଜାଣି ଆପଣ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯିବେ । ଡେଟରେ ଗଲେ ଫ୍ରିରେ ଭଲ ଖାଇବାକୁ ମିଳିବ ବୋଲି ଅଧିକାଂଶ ଯୁବତୀ ଡେଟରେ ଯାଇଥାନ୍ତି ।

ଅଜୁସା ପେସିଫିକ୍ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି । ଅନେକ ମହିଳା ସ୍ୱୀକାର ମଧ୍ୟ କରିଛନ୍ତି ଯେ, ଫ୍ରିରେ ଭଲ ଖାଦ୍ୟ ଖାଇବା ପାଇଁ ସେମାନେ ଡେଟରେ ଯିବା ପାଇଁ ରାଜି ହୋଇଥାନ୍ତି । ଯଦି ନିଜ ସହରରେ କୌଣସି ନୂଆ ରେସ୍ତୋରାଁ ଖୋଲିଚି ତାହେଲେ ସେଠାକାର ସ୍ୱାଦ ଚାଖିବା ପାଇଁ ଡେଟ ଠୁ ଭଲ ଆଉ କିଛି ଉପାୟ ନାହିଁ । ଅଧିକାଂଶ କ୍ଷେତ୍ରରେ ଡେଟ ଅର୍ଥାତ ରୋମାନ୍ସ ନୁହେଁ ବୋଲି ଜଣାପଡିଛି ।

ସୋଶାଇଟି ଫର ପର୍ଶନାଲିଟି ଏଣ୍ଡ ସୋଶାଲ ସାଇକୋଲୋଜି ଜର୍ଣାଲର ଏକ ରିସର୍ଚ୍ଚ କରିବା ପାଇଁ ମହିଳାମାନଙ୍କୁ ନେଇ ଦୁଇଟି ଅଲଗା ଅଲଗା ଗ୍ରୁପ ଗଠନ କରିଥିଲେ ।

ପ୍ରଥମ ଗ୍ରୁପର ୮୨୦ ମହିଳାଙ୍କୁ ସମ୍ପର୍କକୁନେଇ ଅନେକ ପ୍ରକାର ପ୍ରଶ୍ନ କରାଯାଇଥିଲା । କିନ୍ତୁ ଯେତେବେଳେ ଡେଟରେ ଖାଇବା ଉପରେ ପ୍ରଶ୍ନ କରାଯାଇଥିଲା ୨୩ ପ୍ରତିଶତ ମହିଳା ସ୍ୱୀକାର କରିଥିଲେ ସେମାନେ ଫ୍ରି ଖାଦ୍ୟ ଖାଇବା ପାଇଁ ହିଁ ଡେଟରେ ଯାଇଥାନ୍ତି । କାରଣ ଗୋଟିଏ ସାକ୍ଷାତରେ କାହାକୁ ଜାଣିବା ସମ୍ଭବ ନୁହେଁ । ସେଥିପାଇଁ ରୋମାନ୍ସର ପ୍ରଶ୍ନ ମଧ୍ୟ ଉଠୁନାହିଁ ବୋଲି ଜବାବ ଦେଇଥିଲେ ଅନେକ ମହିଳା ।

ଦ୍ୱିତୀୟ ଗ୍ରୁପର ୩୫୭ ଜଣ ମହିଳାଙ୍କୁ ନେଇ କରାଯାଇଥିବା ସର୍ଭେରେ ୩୩ ପ୍ରତିଶତ ମହିଳା ସ୍ୱୀକାର କରିଥିଲେ ଯେ, ଫ୍ରିରେ ଭଲ ଖାଦ୍ୟ ଖାଇବା ପାଇଁ ସେମାନେ ଡେଟରେ ଯିବା ପାଇଁ ରାଜି ହୋଇଥାଇପାରେ । କିନ୍ତୁ ଏହା ସମ୍ପୂର୍ଣ ସତ ନୁହେଁ ।

Share

Leave a Reply

Your email address will not be published. Required fields are marked *

20 + seven =