ଏଣିକି ଗ୍ରାହକଙ୍କୁ ବ୍ୟାଙ୍କ ଦେବ କ୍ଷତିପୂରଣ

ନୂଆଦିଲ୍ଲୀ()  ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ବଡ଼ ଘୋଷଣା । ଅଧିକାଂଶ ସମୟରେ ଏଟିଏମରେ ଟ୍ରାଞ୍ଜାକ୍ସନ ଫେଲ (transaction fail) ହୋଇଯାଇଥାଏ। ଯାହାଫଳରେ ଆକାଉଣ୍ଟରୁ ଟଙ୍କା ଡେବିଟ ହୋଇଯାଇଥାଏ। ଆକାଉଣ୍ଟରୁ ଡେବିଟ୍ ହୋଇଥିବା ଟଙ୍କା ଏଟିଏମରୁ ବାହାରି ନଥାଏ। ଗ୍ରାହକଙ୍କ ଏହି ସମସ୍ୟାକୁ ଲକ୍ଷ୍ୟକରି ଆରବିଆଇ ଏହି ନିଷ୍ପତ୍ତି ନେଇଛନ୍ତି।

ଆରବିଆଇ ନିୟମ ଅନୁସାରେ, ଗ୍ରାହହଙ୍କ ଆକାଉଣ୍ଟରୁ ଡେବିଟ ହୋଇଥିବା ଟଙ୍କାକୁ କ୍ରେଡିଟ୍ କରିବା ପାଇଁ ଟର୍ନ ଆରାଉଣ୍ଡ ଟାଇମ(TAT) ବା ଏକ ନିଦ୍ଧିଷ୍ଟ ଅବଧି ରହିବ। ଗ୍ରାହକଙ୍କ ଟ୍ରାଞ୍ଜାକ୍ସନ ଫେଲ୍ଡ ହେଲେ ନିଶ୍ଚିତ ଅବଧି ଭିତରେ ଆକାଉଣ୍ଟର ସେଟେଲମେଣ୍ଟ କରାଯିବ। ଆରବିଆଇ ଦ୍ବାରା ଧାର୍ୟ୍ୟ ହୋଇଥିବା ସମୟ ମଧ୍ୟରେ ସେଟେଲମେଣ୍ଟ ନହୁଏ। ତେବେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ କ୍ଷତି ପୂରଣ(Compensation) ଦିଆଯିବ।

ଟ୍ରାଞ୍ଜାକ୍ସନ ଫେଲ୍ ଦ୍ବାରା ଡେବିଟ୍ ହୋଇଥିବା ଟଙ୍କା ୫ ଦିନ ଭିତରେ ଗ୍ରାହକଙ୍କ ଆକାଉଣ୍ଟରେ କ୍ରେଡିଟ୍ କରିଦିଆଯିବ। ତେବେ ୫ ଦିନପରଠାରୁ ଦିନକୁ ୧୦୦ ଟଙ୍କା ଲେଖାଏଁ ହିସାବରେ ଗ୍ରାହକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଆରବିଆଇ ନିଷ୍ପତ୍ତି ନେଇଛି।

Share

Leave a Reply

Your email address will not be published. Required fields are marked *

19 − 10 =