ପୁଣି ଥରେ ଜାତୀୟ ସ୍ତରରେ ଓଡିଶା ‘ଚମ୍ପିଆନ’

ଭୁବନେଶ୍ବର () ଜାତୀୟ ସ୍ତରରେ ଓଡିଶା ପୁଣି ଥରେ ନିଜର ଦକ୍ଷତା ପ୍ରଦର୍ଶନ କରିଛି । 2018ରେ ଷ୍ଟାର୍ଟ ଅପରେ ଓଡିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ବିବେଚିତ ହୋଇଛି । ପ୍ରଥମ ଥର ପାଇଁ 38ଟି ଅନୁସନ୍ଧେୟ ବିଷୟରେ ଭିନ୍ନ ପରିବର୍ତ୍ତନଶୀଳ ପରିମାପରେ ଓଡିଶା ଷ୍ଟାର୍ଟ ଅପ୍ ଯୋଜନାରେ ଏବଂ ଉପଭୋକ୍ତାଙ୍କ ଫିଡବ୍ୟାକ ଆଧାରରେ ଏକ ନମ୍ବର ହୋଇଛି । ଓଡିଶାକୁ ଚମ୍ପିଆନ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି । ଷ୍ଟାର୍ଟ ଅପ ନୀତିର କାର୍ଯ୍ୟକାରିତା, ଇନକୁବେସନ ହବ, ନୂତନତ୍ବ, ପରିବର୍ତ୍ତନଶୀଳ ନୀତି ଏବଂ ଯୋଗାଯୋଗ କ୍ଷେତ୍ରରେ ଓଡିଶାକୁ ଚମ୍ପିଆନ ରାଜ୍ୟ ହୋଇଛି ।

ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଚିବ ଏଲ.ଏନ.ଗୁପ୍ତା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ପୁରସ୍କାର ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀର ପ୍ରବାସୀ ଭାରତୀୟ କେନ୍ଦ୍ରରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଶିଳ୍ପ ବିକାଶ ମନ୍ତ୍ରଣାଳୟର ସଚିବ ରମେଶ ଅଭିଶେଖଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । କେନ୍ଦ୍ର ସଚିବ ରାଜ୍ୟ ସରକାରଙ୍କ ପ୍ରଗତିଶିଳ ଷ୍ଟାର୍ଟ ଅପ ଯୋଜନା କାର୍ଯ୍ୟାନ୍ବୟନକୁ ପ୍ରଶଂସା କରିଥିଲେ ।

ଷ୍ଟାର୍ଟ ଅପ ଯୋଜନା ରାଜ୍ୟ ସରକାରଙ୍କ ଏକ ଲୋକାଭିମୁଖୀ ଯୋଜନା । ଏହି ଯୋଜନାରେ ରାଜ୍ୟ ସରକାର 2020 ସୁଦ୍ଧା 1000ଟି ଷ୍ଟାର୍ଟ ଅପ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏବଂ ଓଡିଶାକୁ ଜାତୀୟ ସ୍ତରରେ ଷ୍ଟାର୍ଟ ଅପର ହବ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଓଡିଶା ଦେଶର ଅଳ୍ପ କିଛି ରାଜ୍ୟଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ନିଜସ୍ବ ଷ୍ଟାର୍ଟ ଅପ ନୀତି ପ୍ରସ୍ତୁତ କରିଛନ୍ତି । ଏଥିସହିତ ଓଡିଶା ସରକାର ଏଥିପାଇଁ ସ୍ବଚ୍ଛ ଅନଲାଇନ ସ୍ବୀକୃତି ଏବଂ ଆର୍ଥିକ ସହାୟତାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏ ସଂପର୍କରେ ସୂଚନା ଦେଇ ଏମଏସଏମଇ ସଚିବ ଏଲ.ଏନ.ଗୁପ୍ତା କହିଛନ୍ତି ଯେ, 2016 ଓଡିଶା ଷ୍ଟାର୍ଟ ଅପ ନୀତିକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏହି ନୀତିରେ ଓଡିଶାକୁ ଦେଶର ତିନୋଟି ପ୍ରମୁଖ ଷ୍ଟାର୍ଟ ଅପ ହବ ମଧ୍ୟରୁ ଅନ୍ୟତମ କରିବାକୁ ଲକ୍ଷ୍ୟ ରଖାଯାଇଛି । ମାସିକ 20ଟି ଷ୍ଟାର୍ଟ ଅପ ପଂଜିକରଣ ସହ ଓଡିଶା ଏଦିଗରେ ଏକ ପ୍ରଗତିଶୀଳ ରାଜ୍ୟ ହୋଇଛି । 18 ମାସ ମଧ୍ୟରେ ରାଜ୍ୟରେ 334ଟି ଷ୍ଟାର୍ଟ ଅପ ପ୍ରତିଷ୍ଠା ହୋଇଛି । ଏହାକୁ ସହାୟତା ଦେବାକୁ 9ଟି ଇନକ୍ୟୁବେଟର, 12ଟି ନୋଡାଲ ଅନୁଷ୍ଠାନ ଓ 110ଟି ମେନଟର ଅନୁଷ୍ଠାନ ପ୍ରତିଷ୍ଠା ହୋଇଛି ।

Share

Leave a Reply

Your email address will not be published. Required fields are marked *

19 − 17 =