ରାଫେଲ ଚକା ତଳେ ଲେମ୍ବୁ ରଖି ଶସ୍ତ୍ର ପୂଜା କଲେ ରାଜନାଥ, ଦେଖନ୍ତୁ ଭିଡ଼ିଓ …

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଆଜି ସାମିଲ ହୋଇଛି ଲଢୁଆ ବିମାନ ରାଫେଲ । ବିଜୟା ଦଶମୀରେ ଦୁଷ୍ଟ ଦମନ ପାଇଁମା ଦୁର୍ଗାଙ୍କ ପୂଜା କରାଯିବା ସହ ଅସ୍ତ୍ରଶସ୍ତ୍ର ଓ ଯାନବାହନ ପୂଜା ହୋଇଥାଏ । ଠିକ ସେହିଭଳି ପ୍ୟାରିସରେ ରଫେଲକୁ ଭାରତକୁ ହସ୍ତାନ୍ତର କରାଯିବା ସମୟରେ ସେଇ ସମାନ ରୀତିନୀତିରେ ବିମାନର ପୂଜା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ରାଜନାଥ ପ୍ରତିବର୍ଷ ଦଶହରାରେ ଖଣ୍ଡା ପୂଜା କରିଥାନ୍ତି । ତେଣୁ ବିଜୟା ଦଶମୀରେ ସେ ଲଢୁଆ ରଫେଲର ପୂଜା କରିଛନ୍ତି । ବିମାନ ଉପରେ କାହାର ଦୃଷ୍ଟି ନଲାଗିବାକୁ ନଡ଼ିଆ ଓ ଚକା ତଳେ ଲେମ୍ବୁ ରଖି ପୂଜା କରାଯାଇଥିଲା । ନିଜେ ରାଜନାଥ ବିମାନରେ ଓଁ ଲେଖିଥିଲେ ।

ରାଫେଲ ଆଣିବା ପାଇଁ ତ୍ରିଦିବସୀୟ ଗସ୍ତରେ ପ୍ୟାରିସରେ ରାଜନାଥ । ଫ୍ରାନ୍ସ ଠାରୁ ରାଫେଲ ଗ୍ରହଣ କରିବା ପରେ ସେ ପୂଜାର୍ଚ୍ଚନା କରିଛନ୍ତି । ରାଫେଲରେ ସିନ୍ଦୁରରେ ଓମ୍‌ ଲେଖିଛନ୍ତି । ରାଫେଲ୍ ବିମାନକୁ ହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ବୋର୍ଡୋକ୍ସର ମେରିଗ୍ରେକ୍ ରେ ଦଶା ଏଭିଏସନ୍ ପରିସରରେ ଅନୁଷ୍ଠିତ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ୩୬ ରାଫେଲ୍ ଜେଟ୍ ମଧ୍ୟରୁ ପ୍ରଥମ ବିମାନକୁ ପ୍ରାପ୍ତ କରିବେ । କିନ୍ତୁ ଆଉ ଚାରୋଟି ବିମାନ ଆସନ୍ତାବର୍ଷ ମେ ମାସରେ ଭାରତ ଆସିବ ।

ସୂଚନାଯୋଗ୍ୟ, ‘ଶସ୍ତ୍ର ପୂଜା’ ନବରାତ୍ରୀର ଏକ ଅଭିନ୍ନ ଅଙ୍ଗ । ଏହି ଅସ୍ତ୍ରଶସ୍ତ୍ର ପୂଜା ମହାଭାରତ, ରାମାୟଣ ଯୁଗରୁ ଚାଲି ଆସୁଛି । ମଙ୍ଗଳବାର ଭାରତ ପ୍ରଥମ ରାଫେଲ୍‌ ଯୁଦ୍ଧ ବିମାନ ଗ୍ରହଣ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଫେଲ ପୂଜା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen − 2 =