ନିଜ ସୁଖ ଦୁଃଖର ସାଥି ସହ ସହର ବୁଲିଲେ ସାଂସଦ ଅଚ୍ୟୁତ ସାମନ୍ତ, ଦେଖନ୍ତୁ ଭିଡିଓ …

ଭୁବନେଶ୍ବର () ସାଂସଦ ତଥା କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପାଇଁ ତାଙ୍କ ଭାଗ୍ୟବାନ ତାବିଜ ହେଉଛି ତାଙ୍କ ହିରୋ ହଣ୍ଡୋ ବାଇକ । ଏହି ବାଇକ ହିଁ ତାଙ୍କ ସୁଖ ଓ ଦୁଃଖର ସାଥି । ଯେତେବେଳେ ଦୁର୍ଗାପୂଜା ଆସେ ତାଙ୍କର ଏହି ବାଇକ ପୂଜା ହୁଏ । ପ୍ରତି ବର୍ଷ ଭଳି ଏବର୍ଷ ବି ନିଜେ ସାଂସଦ ତାଙ୍କ ବାଇକକୁ ପୂଜା କରାଇଛନ୍ତି । ଆଉ ପୂଜା ପରେ ରାଜଧାନୀ ରାସ୍ତାରେ ଗୋଟେ ଚକର ବି ମାରିଛନ୍ତି ।

ଏହି ସେକେଣ୍ଡ ହ୍ୟାଣ୍ଡ ବାଇକ ତାଙ୍କ ପାଇଁ ତାଙ୍କ ମା ପରି । କାରଣ ମାମାନେ ଯେପରି ପିଲାକୁ ବଡ ହେବାର ପ୍ରତିଟି ମୂହୂର୍ତ୍ତର ମୁଖସାଖି, ସେହିଭଳି ଏହି ହିରୋ ହୋଣ୍ଡା ବାଇକ ତାଙ୍କ ବଡ ହେବାର ମୁକସାଖି । ଏହି ବାଇକରେ ସେ ଦିନକୁ ଅତି କମରେ 100 କିଲୋ ମିଟର ବୁଲୁଥିଲେ । ସେ ସମୟରେ ସେ କିଟ ଓ କିସର ପ୍ରତିଷ୍ଠା କାମ ଆରମ୍ଭ କରୁଥିଲେ । ସେତେବେଳେ କେବଳ ଭଗବାନ ଓ ଏହି ବାଇକ ହିଁ ତାଙ୍କର ସବୁଠୁ ବଡ ସମର୍ଥକ ଥିଲେ । ତେଣୁ ପ୍ରତି ବର୍ଷ ମା ଦୁର୍ଗାଙ୍କୁ ବିଦାୟ ଦେବାର ସମୟ ଆସିଲେ ସାଂସଦ ଅଚ୍ୟୁତଙ୍କର ଅତିତର କିଛି ଆବେଗପୂର୍ଣ୍ଣ ସ୍ମୃତି ଜାଗ୍ରହ ହୁଏ । ବିଜୟା ଦଶମୀରେ ସେ ତାଙ୍କ ବାଇକ ପୂଜା କରାନ୍ତି । ଆଜି ବାଇକ ପୂଜା ସାରି ଗୋଟେ ଚକର ମାରିବା ସମୟରେ ବି ସେମିତି କିଛି ସ୍ମୃତି ଜାଗ୍ରତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

12 + 12 =