ପାକିସ୍ତାନକୁ ହତାଶ କଲା ଆମେରିକା

ନୂଆଦିଲ୍ଲୀ() ଆମେରିକାକୁ ଭରସା କରି ଭାରତ ବିରୁଦ୍ଧରେ ହୁଙ୍କାର କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେଷରେ ଆମେରିକା ଠାରୁ ବି ନିରାଶ ହୋଇଛନ୍ତି । ବର୍ତ୍ତମାନ ଇମ୍ରାନ ଆର୍ନ୍ତଜାତୀୟ ସ୍ତରରେ ସମ୍ପୁର୍ଣ୍ଣ ଏକ ଘରକିଆ ହୋଇପଡିଛନ୍ତି । ଭାରତ ପାକିସ୍ତାନ ମଧ୍ୟରେ ବିବାଦକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ କୌଣସି ମଧ୍ୟସ୍ଥତା କରିବେ ନାହିଁ ବୋଲି ସିଧା ମନା କରିଦେଇଛନ୍ତି । ଟ୍ରମ୍ପ ଆହୁରି କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ସେ ପ୍ରଶଂସା କରିବା ସହିତ ସହ ଏହା ନୂଆଦିଲ୍ଲୀ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି କହିଛନ୍ତି ଟ୍ରମ୍ପ ।

ଟ୍ରମ୍ପଙ୍କର ଏହି ମନ୍ତବ୍ୟରେ ପାକିସ୍ତାନ ସମ୍ପୁର୍ଣ୍ଣ ଭାଙ୍ଗି ପଡିଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମୟରେ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ସମ୍ପର୍କରେ ଯେତେବେଳେ ପ୍ରଶ୍ନ ଉଠାଇଲେ ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ପ୍ରସଙ୍ଗ ରହିଛି ତାହା ସବୁ ଦ୍ୱିପାକ୍ଷିକପ୍ରସଙ୍ଗ । ଦୁଇ ଦେଶ ମଧ୍ୟରେ ଆଲୋଚନାରେ ଏହାର ସମାଧାନ ହୋଇପାରିବ । ମୋଦିଙ୍କ ସହ ସାକ୍ଷାତ କରିବା ସମୟରେ ଟ୍ରମ୍ପ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ପାକିସ୍ତାନ କଥାକୁ ସମର୍ଥନ କରି ଟ୍ରମ୍ପ ଆରମ୍ଭରୁ ଭାରତ ସରକାର କାହିଁକି ଜମ୍ମୁ-କଶ୍ମୀରରୁ ଏକପାଖିଆ ଭାବେ ୩୭୦ ଧାରା ଉଚ୍ଛେଦ କଲେ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବ ଦେଇ ମୋଦି କହିଥିଲେ,“୧୯୪୭ ପୂର୍ବରୁ ଭାରତ ଓ ପାକିସ୍ତାନ ଏକାଠି ଥିଲେ। ଏବେ ଦୁଇ ଦେଶ ମଧ୍ୟରେ ଅନେକ ସମସ୍ୟା ରହିଛି। ଆମେ ଆଲୋଚନା ଦ୍ୱାରା ହିଁ ଏଗୁଡ଼ିକୁ ସମାଧାନ କରିବୁ।

Share

Leave a Reply

Your email address will not be published. Required fields are marked *

13 − five =