ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିବା ସନ୍ଦେହ?

ଭୁବନେଶ୍ବର () କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ବାରା ଲିକ୍ଷିତ ବନ୍ଦେ ଉକ୍ରଳ ଜନନୀ ସଙ୍ଗୀତକୁ ରାଜ୍ୟ ସଂଗୀତ ବା ଷ୍ଟେଟ ସଙ୍ଗର ମାନ୍ୟତା ମିଳିବ କି ନାହିଁ ତାକୁ ନେଇ ସୃଷ୍ଟି ହୋଇଥିବା ବିତର୍କର ଅଠାକାଠିରେ ଛନ୍ଦି ହୋଇଯାଇଛନ୍ତି ରାଜ୍ୟ ସରକାର । ଏ ସଂପର୍କିତ ନିଷ୍ପତ୍ତି ୨୦୧୫ରୁ ଆଇନ ବିଭାଗ ନିକଟରେ ଅଟକିଛି । ସରକାରୀ ସ୍ତରରେ ଏହି ସଙ୍ଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେବା ନେଇ ଅନ୍ୟ ରାଜ୍ୟମାନେ କି ପ୍ରକ୍ରିୟା ଅବଲମ୍ବନ କରିଛନ୍ତି ତାହା ଅନୁଧ୍ୟାନ କରିବାକୁ ୨୦୧୫ରେ ଆଇନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ଏହି କମିଟି ଏଯାଏଁ ନିଷ୍ପତ୍ତି ନେଇପାରୁନଥିବା ବେଳେ ବର୍ତ୍ତମାନର ସଂସ୍କୃତି ମନ୍ତ୍ରୀ ଏବାବଦରେ ଅନଭିଜ୍ଞ ଥିବା କହିଛନ୍ତି ।

ସେପଟେ ବିବାଦକୁ ରାଜ୍ୟ ଶକ୍ତିମନ୍ତ୍ରୀ ନୂଆ ମୋଡ ଦେଇଛନ୍ତି । ବନ୍ଦେ ଉକ୍ରଳ ଜନନୀରେ ଉକ୍ରଳ ଶବ୍ଦକୁ ନେଇ ପଶ୍ଚିମ ଓଡିଶାବାସୀ ବିରୋଧ କରୁଛନ୍ତି । ପଶ୍ଚିମ ଓଡିଶାବାସୀ ଓଡିଶା ସହ ଭାବାଗତ ଭାବେ ଯୋଡି ହୋଇଥିବା ବେଳେ ଉକ୍ରଳକୁ ନେଇ ସେମାନଙ୍କ ମଧ୍ୟରେ ଭିନ୍ନ ମତ ରହୁଛି । ସେ ନିଜ ଜଣେ ପଶ୍ଚିମ ଓଡିଶା ବାସିନ୍ଦା ଭାବେ ରାଜ୍ୟ ସରକାର ଏଦିଗରେ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି ।

ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଏଭଳି ବିବୃତି ସରକାରଙ୍କୁ ଅଡୁଆରେ ପକାଇଛି । ଏ ସଂପର୍କରେ ପ୍ରତିକ୍ରିୟା ରଖି ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି ଯେ, ବିଧାନସଭାରେ ନିଆଯାଇଥିବା ନିଷ୍ପତ୍ତି ବିରୋଧରେ କେହି ସ୍ବର ଉତ୍ତୋଳନ କରିବା ଧର୍ତ୍ତବ୍ୟ ବୋଲି ସେ କହିଛନ୍ତି ।

ଏହି ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ନେଇ ଦୀର୍ଘ ପ୍ରାୟ ଚାରି ଦଶନ୍ଧୀ ଧରି ବାଦ ବିବାଦ ·ଲିଥିବା ବେଳେ ଏହି ସଂଗୀତକୁ ଷ୍ଟେଟ ସଙ୍ଗର ମାନ୍ୟତା ଦେବାରେ ରାଜ୍ୟ ସରକାରଙ୍କର କୌଣସି ଆଇନ ଗତ ପ୍ରତିବନ୍ଧକ ନାହିଁ । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଆସମ ଭଳି ୭ଟି ରାଜ୍ୟ ଜାତୀୟ ସଙ୍ଗୀତ ସହ ନିଜ ରାଜ୍ୟର ନିଜସ୍ବ ସଙ୍ଗୀତକୁ ଷ୍ଟେଟ ସଙ୍ଗର ମାନ୍ୟତା ଦେଇଛନ୍ତି ବୋଲି ଏହି ସଂଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାତି ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eight + twelve =