ଟ୍ବିନ ସିଟି ପାଇଁ ମର୍ସଡିସର ବିଳାସପୂର୍ଣ୍ଣ ସୋ ରୁମ

କଟକ (): ଭାରତର ସର୍ବବୃହତ ବିଳାସପୂର୍ଣ୍ଣ କାର୍ ନିର୍ମାତା ମର୍ସିଡିସ୍-ବେଂଜ୍ ପକ୍ଷରୁ ଦ୍ବେତ ସହର ଭୁବନେଶ୍ବର ଓ କଟକରେ ଓଡ଼ିଶାର ଅନ୍ୟତମ ସର୍ବବୃହତ ବିଳାସପୂର୍ଣ୍ଣ କାର ଡିଲରସିପକୁ ଉଦଘାଟନ କରାଯାଇଛି । ଟି ଆଣ୍ଡ ଟି ମୋଟର୍ସର ଉଦଘାଟନ ମର୍ସିଡିସ-ବେଂଜର ଗ୍ରାହକମାନଙ୍କ ନିକଟରେ ପହଂଚିବା ଏବଂ ଉଦୀୟମାନ ବଜାରରେ ବିଳାସପୂର୍ଣ୍ଣ କାର ବଜାରକୁ ବଢ଼ାଇବାର ପ୍ରତିବଦ୍ଧତାକୁ ଜଣାଉଛି । ଏହି ଷ୍ଟେଟ ଅଫ ଆର୍ଟ ଡିଲରସିପଟି ୬ କାର ଡିସପ୍ଲେ ଏବଂ ବର୍ଷକୁ ୩୫୦୦ଟି ପର୍ଯ୍ୟନ୍ତ କାର ସର୍ଭିସ କରିହେଉଥିବା ୧୦ ସର୍ଭିସ ବେ’କୁ ନେଇ ବିସ୍ତୃତ ୪୦,୦୦୦ ବର୍ଗଫୁଟ ଅଂଚଳରେ ପରିବ୍ୟାପ୍ତ ରହିଛି । ସହରର ଗାଡ଼ି ହବରେ ରହିଥିବା ଏହି ୩ ଏସ ବ୍ୟବସ୍ଥା (ବିକ୍ରି, ସର୍ଭିସ ଏବଂ ସ୍ପେୟାର) କଟକ, ଭୁବନେଶ୍ବର, ରାଉରକେଲା, ସମ୍ବଲପୁର ଏବଂ ଆଖପାଖ ଅଂଚଳର ଗ୍ରାହକଙ୍କ ପାଇଁ ସମସ୍ତ ପ୍ରକାର ବିକ୍ରି ଓ ଗ୍ରାହକ ସେବା ଆବଶ୍ୟକତା ଲାଗି ଗୋଟିଏ ସମାଧାନ ସ୍ଥାନ ଭାବେ କାମ କରିବ । ମାର୍ଟିନ ସିୱେଙ୍କ, ପରିଚାଳନା ନିର୍ଦେଶକ ଓ ସିଇଓ, ମର୍ସିଡିସ-ବେଂଜ୍ ଇଣ୍ଡିଆ ଏବଂ ଶ୍ରୀଯୁକ୍ତ ବିଦୂର ତଲୱାର, ପରିଚାଳନା ନିର୍ଦେଶକ, ଟି ଆଣ୍ଡ୍ ଟି ମୋଟର୍ସ ଏବଂ ରୋହନ ତଲୱାର, କାର୍ଯ୍ୟନିର୍ବାହୀ ନିର୍ଦେଶକ, ଟି ଆଣ୍ଡ୍ ଟି ମୋଟର୍ସ ଏହି ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି ।

ମାର୍ଟିନ ସିୱେଙ୍କ, ପରିଚାଳନା ନିର୍ଦେଶକ ଓ ସିଇଓ, ମର୍ସିଡିସ-ବେଂଜ୍ ଇଣ୍ଡିଆ କହିଛନ୍ତି ଯେ, “ଭାରତୀୟ ଲକଜୁରି କାର୍ ବଜାରର ଅଗ୍ରଦୂତ ହେଉଛି ମର୍ସିଡିସ-ବେଂଜ୍ ଏବଂ ଆରମ୍ଭରୁ ଆମେ ଦ୍ରୁତ ଗତିରେ ଏହି ବଜାରରେ ଆଗକୁ ବଢ଼ୁଛୁ । ବିଳାସପୂର୍ଣ୍ଣ କାରର ଅଭିବୃଦ୍ଧି ଲାଗି ପରବର୍ତି ଅଭିବୃଦ୍ଧି ଇଂଜିନ ହେଉଛି ଉଦୀୟମାନ ବଜାର ଏବଂ ଆମେ ଏହି ଅଭିବୃଦ୍ଧି କାହାଣୀରେ ଅଂଶଗ୍ରହଣ କରିଥିବାରୁ ବହୁତ ଉତ୍ସାହିତ । ଓଡ଼ିଶାର ଅନ୍ୟତମ ସର୍ବବୃହତ ବିଳାସପୂର୍ଣ୍ଣ କାର ଡିଲରସିପ ଟି ଆଣ୍ଡ ଟି ମୋଟର୍ସର ଉଦଘାଟନ ଆମର ପ୍ରତିବଦ୍ଧତାକୁ ଦୋହରାଉଛି ଯାହା ଅତୁଳନୀୟ ବ୍ରାଣ୍ଡ ଓ ମାଲିକାନା ଅନୁଭୂତି ପ୍ରଦାନ କରିବା ଲାଗି ମର୍ସିଡିସ୍-ବେଂଜ୍ ସହିତ ସମନ୍ବୟ ରଖିଛି । ଆମେ ଏହି ବଜାରରେ ଉପସ୍ଥିତ ରହି ବହୁତ ଉତ୍ସାହିତ ଏବଂ ବିଶ୍ବାସ ରହିଛି ଯେ ଟି ଆଣ୍ଡ ଟି ମୋଟରସ କଟକର ବିଳାସପୂର୍ଣ୍ଣ କାର୍ ସ୍ଥଳରେ ପରିଣତ ହେବ ଏବଂ ଏହି ବଜାରରେ ମର୍ସିଡିସ୍ ବେଂଜ୍ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଯାତ୍ରା ସୃଷ୍ଟି କରିବ ।’’

ଶ୍ରୀଯୁକ୍ତ ବିଦୂର ତଲୱାର, ପରିଚାଳନା ନିର୍ଦେଶକ, ଟି ଆଣ୍ଡ୍ ଟି ମୋଟର୍ସ କହିଛନ୍ତି ଯେ, “ମର୍ସଡିସ୍-ବେଂଜ୍ ସହିତ ଆମର ସହଯୋଗିତାକୁ ସୁଦୃଢ଼ କରି ଆମେ ବହୁତ ଗର୍ବିତ ଏବଂ ଆମର ଅଟୋମୋବାଇଲ୍ ପଦଚିହ୍ନକୁ ପୁଣି ଏକ ନୂଆ ବଜାରରେ ପହଂଚାଇଛି । ବିଳାସପୂର୍ଣ୍ଣ ଗାଡ଼ି ବ୍ୟବସାୟରେ ଟି ଆଣ୍ଡ ଟି ମୋଟର୍ସର ସମୃଦ୍ଧ ଅନୁଭୂତି ରହିଛି ଏବଂ ଦଶନ୍ଧୀ ଧରି ନିରନ୍ତର ସଫଳତାର ଏକ ପ୍ରମୁଖ ବ୍ୟବସ୍ଥା ହେଉଛି ଗ୍ରାହକ କୈନ୍ଦ୍ରୀକ । ଦିଲ୍ଲୀ ଏନସିଆର ଓ ରାଜସ୍ଥାନ ଭଳି ପ୍ରମୁଖ ବଜାରରେ ସୁଦୃଢ଼ ଉପସ୍ଥିତି ସହିତ ଆମର ବିଶ୍ବାସ ରହିଛି ଯେ, ଆମେ ଓଡ଼ିଶାରେ ରାଜ୍ୟର ଅନ୍ୟତମ ସର୍ବବୃହତ ବିଳାସପୂର୍ଣ୍ଣ କାର ଡିଲରସିପ ସହିତ ମର୍ସିଡିସ ବେଂଜ୍ ଲାଗି ସୁଦୃଢ଼ ଉପସ୍ଥିତି ସୃଷ୍ଟି କରିବୁ । ଏହି ଷ୍ଟେଟ ଅଫ ଆର୍ଟ ଆଧୁନିକ ବିଳାସପୂର୍ଣ୍ଣ ସୋ’ ରୁମ୍ ହେଉଛି ଏହି ଅଂଚଳ ପାଇଁ ଆମ ପ୍ରତିବଦ୍ଧତାର ପ୍ରତିଫଳନ ଏବଂ ସେମାନଙ୍କୁ ଅତୁଳନୀୟ ଗାଡ଼ି ମାଲିକାନା ଅନୁଭୂତି ପ୍ରଦାନ କରିବା ଲାଗି ଆମେ ପ୍ରସ୍ତୁତ ହୋଇରହିଛୁ ।’’

Share

Leave a Reply

Your email address will not be published. Required fields are marked *

2 × five =