2019ର ନୂଆ ସକାଳ ସହ ନୂଆ ରାଜନୈତିକ ସଙ୍କଳ୍ପ

ବିଜେପି ବିରୋଧରେ ବିଜୟଙ୍କ ବିଷୋଦଗାର

ପାଳଗଦା ଉପରେ ଛିଡା ହୋଇ ଉଚ୍ଚତା ମପାଯାଏନି : ବିଜୟ

ଭୁବନେଶ୍ବର () ବିଜେପି ଦଳରୁ ଇସ୍ତଫା ଦେବା ପରେ ବିଜୟ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତ କଣ । କେଉଁ ଦଳରେ ଯୋଗ ଦେବେ, ନା ପୁଣି ଥରେ ନିଜସ୍ବ ଦଳ କି ସାମୁଖ୍ୟ ଗଠନ କରିବେ । ତାକୁ ନେଇ ଗତ କିଛି ଦିନ ହେଲା ଚାଲିଛି କଳ୍ପନା ଜଳ୍ପନା । ଏଭଳିସ୍ଥିତିରେ ଆଜି ବିଜୟଙ୍କ ପେସବୁକ ଲାଇଭ ସେ ଚର୍ଚ୍ଚା ସଦୃଶ୍ୟ ନିଆଁରେ ଘିଅ ଢାଳିଲା ଭଳି ହୋଇଛି ।

ଏଥିରେ ସେ ବିଜେପି ଛାଡିବାର ଆବଶ୍ୟକତା ବା ତାଙ୍କ ଭାଷାରେ ବାଧ୍ୟବାଧକତା ସଂପର୍କରେ ଏବଂ ନିଜର ଓ ଦିଲ୍ଲୀପ ରାୟଙ୍କ ରାଜନୈତିକ ଭବିଷ୍ୟତ ସଂପର୍କରେ ଅନେକ ଚର୍ଚ୍ଚା କରିଛନ୍ତି । ଏହି ଚର୍ଚ୍ଚାରୁ ଯଦିଓ ସେ କେଉଁ ଦଳରେ ଯୋଗ ଦେବେ ସ୍ପଷ୍ଟ କରିନାହାଁନ୍ତି, ତଥାପି ତାଙ୍କ ନିଷ୍ପତ୍ତି 2019 ପହିଲା ତାଙ୍କ ପାଇଁ ଏବଂ ରାଜ୍ୟ ରାଜନୀତିକୁ ନୂଆ ସୂର୍ଯ୍ୟୋଦୟ ଓ ସକାଳର ଅନୁଭୁତି ଦେବ । ତାଙ୍କର ଓ ଦିଲ୍ଲୀପ ରାୟଙ୍କ ନୂଆ ରାଜନୈତିକ ନିଷ୍ପତ୍ତି ରାଜ୍ୟର ଯୁବକ ଓ ଚାଷୀଙ୍କ ସ୍ବାର୍ଥ୍ୟ ଓ ସ୍ବପ୍ନକୁ ପୂରଣ କରିବାର ନିଷ୍ପତ୍ତିରୁ ଆରମ୍ଭ ହେବ । ଓଡିଶାକୁ ପୁନଃଆବିଷ୍କାର କରିବା ସହ ସମସ୍ତଙ୍କୁ ଏକାଠି କରିବାର ଶଙ୍କଳ୍ପ ନେଇ ସେ ଓ ଦିଲ୍ଲୀପ ନିଜର ପରବର୍ତ୍ତି ରାଜନୈତିକ ନିଷ୍ପତ୍ତି ନେବେ ।

ତେବେ ସେମାନଙ୍କର ଏ ନିଷ୍ପତ୍ତି ଏକତରଫା ହେବନି । ଏହା ଆଗାମୀ ରାଜନୀତି ପାଇଁ ଏକ ନିର୍ଣ୍ଣାୟକ ନିଷ୍ପତ୍ତି ହେବାକୁ ଯାଉଥିବାରୁ ସମସ୍ତଙ୍କ ମତାମତକୁ ନେଇ ସାମୁହିକ ନିଷ୍ପତ୍ତି ସହ ପ୍ରଗତି ଓ ସ୍ବାଭିମାନକୁ ମୁଖ୍ୟ ପ୍ରସଙ୍ଗ କରାଯିବ । ତତ୍କାଳିନ ଜନତା ଦଳରୁ ଏଯାଏଁ ନିଜର ରାଜନୈତିକ ଜୀବନରେ କିଛି ନୀତି ଓ ଆଦର୍ଶକୁ ନେଇ ସେ ନିଷ୍ପତ୍ତି ନେଇଥାନ୍ତି । ବିଜେପିରେ ଯୋଗ ଦେବା ସମୟରେ କିମ୍ବା ଦଳ ଛାଡିବା ସମୟରେ କୌଣସି ସର୍ତ୍ତ ନଥିଲା । କିନ୍ତୁ ସେ ଓ ଦିଲ୍ଲୀପ ରାୟ ବିଜେପି ଛାଡିବା ନେଇ କିଛି ବ୍ୟକ୍ତି ଦେଉଥିବା ବିବୃତି ଉପରେ ସେ ସ୍ପଷ୍ଟିକରଣ ରଖିଛନ୍ତି ।

ଗତ 2 ବର୍ଷ ହେଲା ବିଜେପି ଦଳ ମଧ୍ୟରେ ଦିଲ୍ଲୀପ ଓ ତାଙ୍କ ସହ ଯାହା କିଛି ଘଟିଛି ତାକୁ ସେ ଲୋକ ଲୋଚନକୁ ଆଣି ଦଳର ଅମର୍ଯାଦା କରିବାକୁ ଚାହାଁନ୍ତି ନାହିଁ । ଏପରିକି ଦିଲ୍ଲୀପ ରାୟଙ୍କୁ ସିବିଆଇ ସମନ ସମ୍ପର୍କରେ ମଧ୍ୟ ସେ ସମ୍ୟକ ସୂଚନା ଦେଇ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀଙ୍କୁ ଦେଖାକରି ସବୁ ଜଣାଇଥିଲେ । ଏ ସଂପର୍କରେ ଆଉ ଅଧିକ ଖୁଲାସା କଲେ ତାହା ପ୍ରଧାନମନ୍ତ୍ରୀଙ୍କ ପଦର ଅମର୍ଯାଦା ହେବ ବୋଲି କହିଛନ୍ତି ।

ଭୁବନେଶ୍ବରରେ ଅନୁଷ୍ଠିତ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ସମ୍ପର୍କରେ ଗୋଟିଏ ଦିନ ପୂର୍ବରୁ ତାଙ୍କ ପଖକୁ ଦଳର ଚିଠି ପହଁଚିଥିଲା । ଏ ସଂପର୍କରେ  ବିଜେପିର ଶୀର୍ଷ ନେତୃତ୍ବକୁ ଜଣାଇଥିଲେ, ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ ମଧ୍ୟ କରିଥିଲେ । ଚାଷୀ ସମସ୍ୟାକୁ ନେଇ ସେ ଆନ୍ଦୋଳନ ଆରମ୍ଭ କରିଥିଲେ, କିନ୍ତୁ ଦଳରେ ନିଷ୍ପତ୍ତି ହେଲା ତାଙ୍କୁ ସେ କାର୍ଯ୍ୟକ୍ରମ କରାଇ ନଦେବାକୁ । ମହାନଦୀ ପ୍ରସଙ୍ଗରେ ସେ ପ୍ରଥମରୁ ଯେଉଁ ମତ ଦେଇଥିଲେ, ସେହିମତକୁ ରାଜ୍ୟ ବିଜେପି ନେତାମାନେ ପଛରେ ଦୋହରାଇଲେ । ଆରମ୍ଭରୁ କିନ୍ତୁ ଓଡିଶା ସ୍ବାର୍ଥ୍ୟକୁ ଗୁରୁତ୍ବ ନଦେଇ ପଡୋଶୀ ରାଜ୍ୟ ସପକ୍ଷରେ ଯୁକ୍ତି କଲେ ।

ରାଜ୍ୟ ବିଜେପିରେ ତାଙ୍କ ବିରୋଧରେ ଚକ୍ରାନ୍ତ ଓ ଷଢଯନ୍ତ୍ରକୁ ପ୍ରାଥମିକତା ଦିଆଯାଉଥିବା ଅଭିଯୋଗ କରି ସେ କହିଛନ୍ତି ଯେ, ସେ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଚାର୍ଜସିଟ ପ୍ରସ୍ତୁତ କରୁନାହାଁନ୍ତି । କିନ୍ତୁ ଏକଥା ବି ଚେତାଇ ଦେଇଛନ୍ତି ଯେ, ପାଳଗଦା ଉପରେ ଛିଡା ହୋଇ ଉଚ୍ଚତା ମପାଯାଏନି । ତାଙ୍କ ନିଜ ଜିଲ୍ଲା କେନ୍ଦ୍ରାପଡାରେ ତାଙ୍କ ବିରୋଧରେ ସୁଚିନ୍ତିତ ଅଭିଯାନ କରାଯାଉଛି । ଏସବୁ ଦୃଷ୍ଟିରୁ ସେ ଓ ଦିଲ୍ଲୀପ ରାୟ ଡିସେମ୍ବର ମାସରେ ହିଁ ନୂଆ ରାଜନୈତିକ ମୂଳଦୁଆ ପାଇଁ ସର୍ବସମ୍ମତ ନିଷ୍ପତ୍ତି ନେବେ ।

Share

Leave a Reply

Your email address will not be published. Required fields are marked *

17 − two =