ପାଣି ପିଆଇଲେ ପନ୍ତ

ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ଙ୍କ ସହ ଯୁକ୍ତିତର୍କ କରି ପୂର୍ବରୁ ଚର୍ଚ୍ଚାରେ ଥିବା ପନ୍ତ ଆଜି ୪ର୍ଥ ଟେଷ୍ଟ୍ରେ ରେକର୍ଡ ଶତକ କରି ଏକାଧିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୨୦୦୬ ମସିହାରେ ପାକିସ୍ତାନର ଫୈସଲାବାଦ୍ରେ ଧୋନି ୧୪୮ ରନ୍ କରିଥିଲେ। ଆଜି ପନ୍ତ ୧୮୯ ବଲ୍ରୁ ୧୫୯ ରନ୍ କରି ଅପରାଜିତ ରହିଥିଲେ। ସେ ୧୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।ତେବେ ପଡ଼ିଆ ମଝିରେ ପନ୍ତଙ୍କ ଏକ ଅଜବ ପ୍ରଦର୍ଶନ ଏବେ ଇଣ୍ଟରନେଟ୍ରେ ଭାଇରାଲ୍ ହୋଇଛି। ଏହି ଭିଡିଓରେ ପନ୍ତ ଡବ୍ଲ୍ୟୁଡବ୍ଲ୍ୟୁ ସୁପରଷ୍ଟାର ଶନ୍ ମାଇକେଲ୍ଙ୍କ ପ୍ରସିଦ୍ଧ ‘କିପ୍-ଅପ୍’ (ଳସକ୍ଟ୍ର-ଙ୍କକ୍ଟ୍ର)ଏକ୍ସରସାଇଜ କରୁଥିବା ଦେଖିବାକୁ ମିଳିଛି।
ପନ୍ତ ଆଜି ୧୫୯ ରନ୍ର ଅପରାଜିତ ଇନିଂସ୍ ଖେଳି ସାମାନ୍ୟ ଥକି ଯାଇଥିଲେ। ଏହି ସମୟରେ ଡ୍ରିଙ୍କ୍ସ ବ୍ରେକ୍ ସମୟରେ ତଳେ ଶୋଇ ପନ୍ତ ଥକ୍କା ମେଣ୍ଟାଉଥିବା ବେଳେ ହଠାତ୍ କିପ୍-ଅପ୍ ଷ୍ଟାଇଲ୍ରେ ଉଠିଥିଲେ। ଅର୍ଥାତ ହାତ ବ୍ୟବହାର ନକରି କେବଳ ଗୋଡ଼ ସାହାଯ୍ୟରେ ସ୍ପ୍ରିଙ୍ଗ ଆକ୍ସନରେ ଉଠି ଛିଡ଼ା ହୋଇଥିଲେ।

Share

Leave a Reply

Your email address will not be published. Required fields are marked *

4 × 3 =