ମହିଳା ସଶକ୍ତିକରଣ : ଜଣେ ମହିଳା ଏସଏଚଜି ସଦସ୍ୟା ହେଲେ ପ୍ରାର୍ଥୀ

ଭୁବନେଶ୍ବର () ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ପୂର୍ବରୁ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ପାଇଁ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଦୁଇଟି ପର୍ୟ୍ୟାୟ ନିର୍ବାଚନ ପାଇଁ ହୋଇଥିବା ୯ଟି ଲୋକସଭା ଆସନରୁ ୩ଟିରେ ମହିଳାଙ୍କୁ ପ୍ରାର୍ଥୀ କରି କଥା ରଖିଛନ୍ତି ନବୀନ । ଆଉ ଏହାରି ଭିତରେ ଏବେ ଚର୍ଚ୍ଚାର ପରିସରରେ ରହିଛି ଆସ୍କା ନିର୍ବାଚନ ମଣ୍ଡଳୀ ।

ଏସଏଚଜିଙ୍କୁ ସମ୍ମାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୦ ଲକ୍ଷ ସ୍ୱୟଂ ସହାୟକ ମହିଳାଙ୍କ ଉପରେ ଫୋକସ କରିଛି ବିଜୁ ଜନତା ଦଳ । ଏସଏଚଜି ଗ୍ରୁପ ଗୁଡିକ ପାଇଁ ରାଜ୍ୟ ସରକାର ପୂର୍ବରୁ ବିଭିନ୍ନ ପ୍ରକାର ଯୋଜନାମାନ ଘୋଷଣା କରିଥିବା ବେଳେ, ଆଗାମୀ ନିର୍ବାଚନ ପାଇଁ ଏସଏଚଜି ଗ୍ରୁପର ଜଣେ ସଦସ୍ୟାଙ୍କୁ ଲୋକସଭା ପ୍ରାର୍ଥୀ କରିଛନ୍ତି ନବୀନ । ଆସ୍କା ଲୋକସଭା ଆସନ ପାଇଁ ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ପ୍ରମିଳା ବିଶୋୟୀ, ସାତଶଙ୍ଖ ଏସଏଚଜି ଗ୍ରୁପର ଜଣେ ସଦସ୍ୟା ଅଟନ୍ତି ।

ସେ ତାଙ୍କ ସ୍ବୟଂ ସହାୟିକା ଗୋଷ୍ଠି ଜରିଆରେ ଛେମାରିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରଦାନ କରିଥାନ୍ତି । ତାଙ୍କର ଏକରରେ ବି କମ ଚାଷଜମୀ ଥିବା ବେଳେ ଗତ 18 ବର୍ଷ ଧରି ସେ ସ୍ବୟଂ ସହାୟକ ଗୋଷ୍ଠି ସହ ଜିଡିତ । ତାଙ୍କର ମାସିକ ଆୟ 10ରୁ 12 ହଜାର ଟଙ୍କା । ସେ ନିଜ ଅଂଚଳରେ ଟଏଲେଟର ବ୍ୟବହାର, ସ୍ବଚ୍ଛ ପାନୀୟ ଜଳ ବ୍ୟବହାର, ପିଲାଙ୍କୁ ଟିକାକରଣ ଏବଂ ଡାକ୍ତରଖାନାରେ ପ୍ରସୁତି ନେଇ ଗାଁ ଗାଁରେ ସଚେତନତା ସୃଷ୍ଟି କରିଥାନ୍ତି । ଏଥିସହିତ ସେ ଜଙ୍ଗଲ ଓ ପରିବେଶର ସୁରକ୍ଷା ଏବଂ ବୃକ୍ଷ ରୋପଣ ପରେ ସଚେତନତା ସୃଷ୍ଟି କରିଥାନ୍ତି । ସ୍ବୟଂ ସହାୟକ ଗୋଷ୍ଠି ଗଠନ ଏବଂ ପରିବେଶ ସୁରକ୍ଷା ନେଇ ତାଙ୍କର ବଳିଷ୍ଠ ଅବଦାନ ପାଇଁ ତାଙ୍କୁ ପ୍ରକୃତି ମିତ୍ର, ପ୍ରକୃତି ବନ୍ଧୁ ଭଳି ପୁରସ୍କାର ସହ ଗ୍ରାମ ବିକାଶ କେନ୍ଦ୍ର ଦ୍ବାରା ମଧ୍ୟ ପୁରସ୍କୃତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

15 + 16 =