ରାଜଧାନୀରେ କୁକୁର ପୋଷିଲେ ମାନିବେ ନିୟମ

ପୋଷା କୁକୁରଙ୍କ ପାଇଁ ଏବେ ନୂଆ ମାର୍ଗଦର୍ଶିକା ଆଣିବ ଭୁବନେଶ୍ୱର ମହାନଗର ନିଗମ । ଏନେଇ ମାର୍ଗଦର୍ଶିକା ବୈଠକରେ ଆଲୋଚନା ହୋଇଛି । ଆପତ୍ତି ଓ ପରାମର୍ଶ ପରେ ଚିଠାପ୍ରସ୍ତାବ ଚୂଡାନ୍ତ ହୋଇଛି । ନୂଆ ମାର୍ଗଦର୍ଶିକା ଅନୁସାରେ,
-ବିନା ଟ୍ୟାଗରେ ମାଲିକ କୁକୁରଙ୍କୁ ବାହାରକୁ ଆଣିପାରିବେ ନାହିଁ
-ରାଜଧାନୀ ରାସ୍ତାକଡରେ ମଳତ୍ୟାଗ କରିପାରିବେନି କୁକୁର
-ଏଭଳି କଲେ ୧୦ ହଜାର ଟଙ୍କାର ଫାଇନ ଦେବାକୁ ପଡିବ
-ମାଲିକଙ୍କୁ ଟିକାକରଣ , ବନ୍ଧ୍ୟାକରଣ ଓ ଲାଇସେନ୍ସ କରିବାକୁ ପଡିବ
-କୁକୁରକୁ ରୋଗ ହେଲେ ଓ କିମ୍ବା ବୟସ୍କ ହେଲେ ବାହାରକୁ ଛାଡିପାରିବେନି
-କୁକୁର ରଖିବାକୁ ହେଲେ ପଞ୍ଜିକରଣ କରିବାକୁ ପଡିବ
-ମାଲିକଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ବିଏମସି ପାଖରେ ରହିବ

ସବୁଠାରୁ ବଡ କଥା ହେଲା, କୁକୁରଙ୍କ ସମ୍ପର୍କରେ କୌଣସି ପ୍ରକାରର ଅନୁନ୍ଧାନ ଓ ସମୀକ୍ଷା ନିମନ୍ତେ ବିଏମସି ଅଧିକାରୀ ମାଲିକଙ୍କ ଘରକୁ ଯାଇ ପଚରାଉଚରା କରିପାରିବେ । କୁକୁରଙ୍କ ପଞ୍ଜିକରଣଠାରୁ ନିୟନ୍ତ୍ରଣ ବାବଦରେ ଜାରି ମାର୍ଗଦର୍ଶିକାକୁ ମାଲିକାମାନେ ମାନିବେ । ଆଉ ଏହା ନହେଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ଏହାସହ କୁକୁରଙ୍କୁ ଖେଳକୁଦରେ ସାମିଲ, ବ୍ୟବସାୟିକ ଉଦ୍ଦେଶ୍ୟରେ କୁକୁର ରଖିବାର ସ୍ୱତନ୍ତ୍ର ବିଧି ଓ ପାଗଳ କୁକୁରଙ୍କୁ ନିୟନ୍ତ୍ରଣ ପାଇଁ କଣ କରିବାକୁ ପଡିବ ସେ ନେଇ ମାର୍ଗଦର୍ଶିକାରେ ଉଲ୍ଲେଖ ଅଛି ।

Share

Leave a Reply

Your email address will not be published. Required fields are marked *

2 × one =