14ଟି ଆସନରେ ବଦଳିଲେ ପ୍ରାର୍ଥୀ, 2ଜଣ ବିଧାୟକ ପାଇଲେ ସାଂସଦ ଟିକେଟ

ଭୁବନେଶ୍ବର () ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ 9ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 63ଟି ବିଧାନସଭା ମଧ୍ୟରୁ ଆଜି ବିଜେଡି 54ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହି 54ଟି ଆସନରେ 14ଜଣ ବିଧାୟକଙ୍କ ଟିକେଟ କଟିଥିବା ବେଳେ ଦୁଇ ଜଣ ବିଧାୟକଙ୍କୁ ସାଂସଦ ଭାବେ ପ୍ରାର୍ଥୀ କରାଯାଇଛି । ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ ଝରିଗାଁ ବିଧାୟକ ରମେଶ ମାଝୀ ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ନିଜେ ମୁଖ୍ୟମନ୍ତ୍ରୀ ଦୁଇଟି ଆସନ ହିଂଜିଳି ଓ ବିଜେପୁରରୁ ପ୍ରାର୍ଥୀ ହୋଇଛନ୍ତି । ଗଣତି ପରେ ମୁଖ୍ୟମନ୍ତ୍ରୀ କେଉଁ ଆସନଟି ରଖିବେ ଏବଂ କେଉଁଠୁ ଇସ୍ତଫା ଦେବେ ସେନେଇ ନିଷ୍ପତ୍ତି ନେବେ ।

ଗୁଣୁପୁରରୁ ତ୍ରିନାଥ ଗମାଙ୍ଗ, ଭବାନୀପାଟଣାରୁ ଅନାମ ନାୟକ, ଚିତ୍ରକୋଣ୍ଡାରୁ ଡମ୍ବରୁ ଶିଶା, ନର୍ଲାରୁ ଧନେଶ୍ବର ମାଝୀ, ବ୍ରହ୍ମପୁରରୁ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଛତ୍ରପୁରରୁ ପ୍ରିୟାଂଶୁ ପ୍ରଧାନ, ମୋହନାରୁ ବାସନ୍ତି ମଲ୍ଲିକ, ଆସିକାରୁ ଦେବରାଜ ମହାନ୍ତି, କବିସୂର୍ଯ୍ୟନଗରରୁ ଭି. ସୁଜ୍ଞାନୀଦେଓ, ଖଲିକୋଟରୁ ପୂର୍ଣ୍ଣଚନ୍ଦ୍ର ସେଠୀ, ବାଲିଗୁଡାରୁ ରାଜୀବ ପାତ୍ର, ଦଶପଲ୍ଲାରୁ ପୂର୍ଣ୍ଣଚନ୍ଦ୍ର ନାୟକ, କଣ୍ଟାବାଂଝୀରୁ ଆୟୁବ ଖାଁ ଓ ବିଜେପୁର ଆସନରୁ ରୀତା ସାହୁ ଦଳୀୟ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି । ଭି. ସୁଜ୍ଞାନୀଦେଓ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ସେ ନିର୍ବାଚନ ଲଢିବେ ନାହିଁ ବୋଲି ମନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

19 + 8 =