ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

ନୂଆଦିଲ୍ଲୀ() ରାଜ୍ୟସଭା ନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି । ଦେଶର ୧୭ଟି ରାଜ୍ୟର ୫୫ଟି ଆସନରେ ମାର୍ଚ୍ଚ ୨୬ ତାରିଖରେ ହେବ ନିର୍ବାଚନ । ଏଥିରେ ରହିଛି ଓଡ଼ିଶାର ୪ ଆସନ । ତେବେ ଆଜିଠୁ ଆସନ୍ତା ୧୩ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାବେ । ସେହିଭଳି ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହ ୧୮ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ।

ତେବେ ଅନ୍ୟପଟେ ଏପ୍ରିଲ ମାସରେ ରଞ୍ଜିବ ବିଶ୍ୱାଳ, ସରୋଜିନୀ ହେମ୍ବ୍ରମ , ନରେନ୍ଦ୍ର କୁମାର ସ୍ୱାଇଁ ଅବସର ନେବେ । ସେହିପରି ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କ ଆସନ ମଧ୍ୟ ଖାଲି ପଡିଛି ।

Share

Leave a Reply

Your email address will not be published. Required fields are marked *

20 − thirteen =