ୟେସ୍ ବ୍ୟାଙ୍କର ବୋର୍ଡକୁ ହାତକୁ ନେଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ() ୟେସ୍ ବ୍ୟାଙ୍କର ଅର୍ଥିକ ସ୍ଥିତି ଅଧିକ ଖରାପ ହୋଇଯାଇଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଲାଗିଛି କଟକଣା । ୟେସ୍ ବ୍ୟାଙ୍କର ବୋର୍ଡ ପରିଚାଳନାକୁ ହାତକୁ ନେଇଛି ରିଜର୍ଭ ବ୍ୟାଙ୍କ ।

ସୂଚନା ଅନୁସାରେ, ଆସନ୍ତା ୩୦ ଦିନ ମଧ୍ୟରେ କୌଣସି ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା ୟେସ୍ ବ୍ୟାଙ୍କରୁ ଉଠାଇ ପାରିବେନି । ଏନେଇ ଅର୍ଥମନ୍ତ୍ରାଳୟରୁ ଜାରି ହୋଇଛି ବିଜ୍ଞପ୍ତି । ଏହି ଟଙ୍କା ଉଠାଣର କଟକଣା ମାସକ ପାଇଁ ଲାଗୁ ହୋଇଛି ।

କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ । ନିଜର କିଂବା ନିଜ ଉପରେ ନିର୍ଭରଶୀଳ ଥିବା ବ୍ୟକ୍ତିଙ୍କ ମେଡିକାଲ ଖର୍ଚ, ବିବାହ, ପାଠପଢା ପିଲାଙ୍କ ପାଠପଢା ପରି ଖର୍ଚ ତୁଲାଇବାକୁ ୫୦ ହଜାରରୁ ଅଧିକ ଟଙ୍କା ଉଠାଇବାକୁ ଅନୁମତି ମିଳିବ ବୋଲି କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

three + 15 =