ଆହୁରି ୪୮ ଘଣ୍ଟା ବର୍ଷା ଲାଗି ରହିଛି

ଭୁବନେଶ୍ବର() ପଶ୍ଚିମବଙ୍ଗ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆହୁରି ୪୮ଘଣ୍ଟା ଧରି ଏଭଳି ପାଗ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ କେତେକ ସ୍ଥାନରେ ଝଡବର୍ଷା ସମ୍ଭାବନା ରହିଛି।

ଏହି ସମୟରେ ଘଡଘଡି ସହ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିବ। ୧୨ଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ କରାଯାଇଛି। ୮ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଅନୁୁଳରେ ସର୍ବାଧିକ ୮ମିଲମିଟର ବର୍ଷା ରେକର୍ଡ କରାଯାଇଛି। ଏହାପରେ ପାଗରେ ପରିବର୍ତ୍ତନ ହେବ।

Share

Leave a Reply

Your email address will not be published. Required fields are marked *

15 + 11 =