ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧,୦୪,୧୪୨

ନୂଆଦିଲ୍ଲୀ () କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଥିଲା ଚୀନ୍‌ । ଦେଶର ହୁବେଇ ପ୍ରଦେଶର ରାଜଧାନୀ ୱୁହାନ୍‌ରୁ ବ୍ୟାପିଥିଲା ଏହି ପ୍ରାଣଘାତୀ ଭୂତାଣୁ । ଏବେ ଏହା ୧୯୯ଟି ଦେଶକୁ ମାଡ଼ିଗଲାଣି । ଆମେରିକା, ଇଟାଲୀ ଓ ସ୍ପେନ ଭଳି ଦେଶକୁ ଏହା ସାଂଘାତିକ ଭାବେ ଗ୍ରାସ କରିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ମୃତ୍ୟୁ ସଂଖ୍ୟାରେ ଚୀନ୍‌କୁ ଇଟାଲୀ ଓ ସ୍ପେନ୍‌ ବହୁ ପଛରେ ଛାଡ଼ିଯାଇଛନ୍ତି । ସଂକ୍ରମିତ ସଂଖ୍ୟାରେ ଏହି ଦୁଇ ରାଷ୍ଟ୍ର ଚୀନ୍‌ ତୁଳନାରେ ପଛରେ ଥିଲା ହେଁ ମୃତ୍ୟୁ ସଂଖ୍ୟାରେ ଆଗରେ ରହିଛନ୍ତି । ସଂକ୍ରମିତ ସଂଖ୍ୟାରେ ଚୀନ୍‌କୁ ପଛରେ ଛାଡ଼ିଦେଇଛି ଆମେରିକା । ଚୀନ୍‌ରେ ଏବେ ସୁଦ୍ଧା ୮୧,୩୪୦ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ଆମେରିକାରେ ଏହି ସଂଖ୍ୟା ୧,୦୪,୧୪୨ରେ ପହଞ୍ଚିଛି ।

କରୋନା ଭୂତାଣୁ ଦ୍ୱାରା ବିଶ୍ୱରେ ମୋଟ ୫,୯୭,୧୭୯ ଜଣ ସଂକ୍ରମିତ ହୋଇଥିବା ବେଳେ ୨୭,୩୫୬ ଜଣଙ୍କ ମୃତ୍ୟୁ ଘଟିଛି । ୧,୩୩,୩୬୦ ଜଣ ଆରୋଗ୍ୟ ହେଇଛନ୍ତି । ଆଜି ଆମେରିକାରେ ୭,୮୯୪ ନୂଆ ରୋଗୀ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୪,୧୪୨ରେ ପହଞ୍ଚିଛି ।

Share

Leave a Reply

Your email address will not be published. Required fields are marked *

four × three =