ରାଜଧାନୀରେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ

ଭୁବନେଶ୍ୱର() ଖେଳନା ବନ୍ଧୁକ ମୁନରେ ରାଜଧାନୀର ଏକ ବ୍ୟାଙ୍କରୁ ଦୁର୍ବୃତ୍ତ ୨ ଲକ୍ଷ ୭୮ ହଜାର ଟଙ୍କା ଲୁଟି ନେଇଛନ୍ତି । ମାତ୍ର ୬ ମିନିଟରେ ଦୁର୍ବୃତ୍ତ ବ୍ୟାଙ୍କରେ ବୁଲାଇଛନ୍ତି କଳାକନା । ଲୁଟ୍ ପରେ ଘଟଣାସ୍ଥଳରେ ପହଞ୍ଚିଛି କମିଶନରେଟ୍ ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ ।

ଭୁବନେଶ୍ୱର ନନ୍ଦନବିହାର ସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ଏହି ଲୁଟ୍ ହୋଇଛି । ଦୁର୍ବୃତ୍ତ ଜଣଙ୍କ ଏକ ସ୍କୁଟିରେ ଆସିଥିଲେ । ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୨ ଲକ୍ଷ ୭୮ ହଜାର ଟଙ୍କା ଲୁଟି ନେଇଥିଲେ । ଲୁଟ୍ ବେଳେ ବ୍ୟାଙ୍କରେ ୨ ଜଣ ମହିଳା କର୍ମଚାରୀ ଥିଲେ । ସେଥିମଧ୍ୟରୁ ଜଣେ କର୍ମଚାରୀ ଭିନ୍ନଭକ୍ଷ ଥିବା ଜଣାପଡ଼ିଛି ।

ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ ବ୍ୟାଙ୍କରେ ପହଞ୍ଚି ଲୁଟ୍ ଘଟଣାର ଛାନଭିନ୍ନ ଆରମ୍ଭ କରିଛନ୍ତି । ତେବେ, ଲୁଟରେ ବ୍ୟବହୃତ ବନ୍ଧକୁଟି ଖେଳଣା ବନ୍ଧୁକ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି ।

Share

Leave a Reply

Your email address will not be published. Required fields are marked *

seventeen − 14 =