ଭାରତରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ ()  ସାରା ବିଶ୍ବରେ କରୋନା ଆତଙ୍କ । ଏହି ଭାଇରସ୍ ଆତଙ୍କ ଥମିବାର ନାଁ ନେଉନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ପ୍ରାୟ ୫୦୦ ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏଥି ମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

କରୋନା ଭାଇରସ୍ ଦ୍ବାରା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର ଏବଂ କେରଳ । ମହାରାଷ୍ଟ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୭ ଏବଂ କେରଳରେ ୯୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । କରୋନା କାରଣରୁ ୩୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ସକି ଡାଉନ୍ ଘୋଷଣା ହୋଇଛି । ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶକୁ ଲକ୍ ଡାଉନ୍ କରାଯାଉଛି । ୫୪୮ ଜିଲ୍ଲାକୁ ଲକ୍ ଡାଉନ୍ କରାଯାଇଛି ।

କରୋନା ଭାଇରସ୍ ରେ ଆନ୍ଧ୍ରପ୍ରଦେଶରେ ୭, ବିହାରରେ ୨, ଛତିଶଗଡରେ ୬, ଦିଲ୍ଲୀରେ ୨୯, ଗୁଜୁରାଟରେ ୩୦, ହରିୟାଣାରେ ୨୮, ହିମାଚଳପ୍ରଦେଶ ୨, ଜମ୍ମୁକାଶ୍ମୀରରେ ୪, କର୍ଣ୍ଣାଟକରେ ୩୩, କେରଳରେ ୯୫, ଲଦାଖରେ ୧୩, ମଧ୍ୟପ୍ରଦେଶରେ ୬, ମହାରାଷ୍ଟ୍ରରେ ୯୭, ଓଡିଶାରେ ୨, ପୁଡୁଚେରୀ ଜଣେ, ପଞ୍ଜାବରେ ୨୩, ରାଜସ୍ଥାନରେ ୩୨, ତାମିଲନାଡୁରେ ୧୨, ତେଲେଙ୍ଗାନାରେ ୩୩, ଉତ୍ତରପ୍ରଦେଶରେ ୩୩, ଉତ୍ତରାଖଣ୍ଡରେ ୫ ଏବଂ ପଶ୍ଚିମବଙ୍ଗରେ ୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ଜଣଙ୍କର ମୃତ୍ୟୁ ହୋଇସାରିଛି । ୪୪ଜଣ ସୁସ୍ଥ ହୋଇ ଘରରୁ ଫେରିଛନ୍ତି ।

ଦେଶବ୍ୟାପୀ କରୋନା ଭାଇରସ୍ ରେ ୫୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି । କରୋନାରେ ସର୍ବାଧିକ ମହାରାଷ୍ଟ୍ରରେ ୯୭ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଦ୍ବିତୀୟରେ କେରଳରେ ୯୫ଜଣ ଆକ୍ରାନ୍ତ ହୋଇଛନ୍ତି । କେରଳରେ କାହାରି ବି ମୃତ୍ୟୁ ହୋଇନାହିଁ ।

Share

Leave a Reply

Your email address will not be published. Required fields are marked *

15 − five =