ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ

ଭୁବନେଶ୍ବର() କରୋନା  ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ କରିଛନ୍ତି। ଅର୍ଥାତ୍‌ ପୂରା ୩୦ ଜିଲାରେ ତାଲା ବନ୍ଦ। ପୂର୍ବରୁ ୧୪ଟି ଜିଲାକୁ ଲକ୍‌ଡାଉନ କରାଯାଇଥିବାବେଳେ ମଙ୍ଗଳବାର ଆଉ ୧୬ ଜିଲାରେ ଏହାକୁ ଲାଗୁ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ଏକ ଜରୁରୀ ଖବରଦାତା ସମ୍ମିଳନୀରେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ  ବାଗଚୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆଜି ମଧ୍ୟରାତ୍ରିରୁ ଆସନ୍ତା ୨୯ ତାରିଖ ମଧ୍ୟରାତ୍ରି ଯାଏ ରାଜ୍ୟରେ ଲାକ୍‌ଡାଉନ ବଳବତ୍ତର ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହେଉଥିବା ​ଦୋକାନଗୁଡ଼ିକୁ ବାଦ୍‌ ଦେଲେ ଅନ୍ୟ କୌଣସି ଦୋକାଦ ଖୋଲିବ ନାହିଁ ବୋଲି ସରକାର ନିର୍ଦେଶ ଦେଇଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି।

Share

Leave a Reply

Your email address will not be published. Required fields are marked *

10 + 10 =