ଆଜିର ରାଶିଫଳ, ଜାଣନ୍ତୁ କେମିତି କଟିବ ଦିନ …

ମେଷ – ମଙ୍ଗଳଜନିତ ସ୍ୱାସ୍ଥ୍ୟ ହାନି, ହତୋତ୍ସାହିତ ହୋଇପାରନ୍ତି । ପରିବାର ହେଉ କିମ୍ବା କର୍ମକ୍ଷେତ୍ରରେ ହେଉ, ଆପଣ ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ କିଛି ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ବୃଷ – ରୋହିଣୀ ନକ୍ଷତ୍ର ପାଇଁ ପ୍ରତ୍ୟୁଷ ଯାତ୍ରା, ନୂତନ ବାଣିଜ୍ୟାରମ୍ଭ, ପ୍ରଶାସନିକ ଆଲୋଚନା, ବନ୍ଧୁ ମିଳନ ପାଇଁ ସୁନ୍ଦର ସୁଯୋଗ ସୃଷ୍ଟି କରିବ । କୌଣସି ଆଲୋଚନାରେ ତର୍କ ଓ ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ମିଥୁନ – ଅନଟନ ଦୂର ହେବ କିନ୍ତୁ ବିବାଦୀୟ ସ୍ଥିତିରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ବାକି ଥିବା ଲୋକଟିକୁ ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇପାରେ । ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

କର୍କଟ – ଅଶ୍ଳେଷା ନକ୍ଷତ୍ର କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରିବାରେ ସମର୍ଥ ହେବେ । ପାରିବାରିକ କ୍ଷେତ୍ରରେ ପୁରୁଣା ସମସ୍ୟା ଗୁଟିକ ତୁଟି ଯାଇ ଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖା ଦେଇପାରେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୨ ।

ସିଂହ – ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ । ସାହାର୍ଯ୍ୟ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କ ଠାରୁ ନାସ୍ତି ସୂଚକ ବାକ୍ୟ ଶୁଣି ବିଷାଦଗ୍ରସ୍ତ ହେବେ । ମଘା ନକ୍ଷତ୍ର ହଜି ଯାଇଥିବା ଜିନିଷ ପୁଝି ଫେରି ପାଇବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

କନ୍ୟା – କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ । ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ହଠାତ୍ ଜରୁରୀ କାମରେ ବାହାରକୁ ଯିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ତୁଳା – ମଙ୍ଗଳଙ୍କ ଅଶୁଭତ୍ୱ କାରଣରୁ ଆବଶ୍ୟକୀୟ ଟଙ୍କା ଯୋଗାଡ କରିବା ସକାଶେ ବହୁତ ହଇରାଣ ହେବାକୁ ପଡିବ । ସ୍ୱାତୀ ନକ୍ଷତ୍ର ପାଇଁ ସଭାସମିତି, ସାହିତ୍ୟ ଚର୍ଚ୍ଚା, ମେଳା ମହୋତ୍ସବ, ସଙ୍ଗୀତ ଆସରରେ ନିଜକୁ ସାମିଲ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

ବିଛା – ରବି ନକ୍ଷତ୍ରସ୍ଥ ରାଶ୍ୟାଧିପ ଯୋଗୁ କିଛି ନୂଆ କାମ ଆରମ୍ଭ କରିବା ସକାଶେ ମନ ବଳାଇପାରନ୍ତି । ବାଣିଜ୍ୟ, ବ୍ୟବସାୟ, ସାମ୍ବାଦିକତାରେ ଆପଣଙ୍କ ଅବଦାନ ରହିବ । ଶତ୍ରୁତା ଦୁଃଶ୍ଚିନ୍ତାର କାରଣ ହୋଇପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

ଧନୁ – ରାଶ୍ୟାଧିପତି ସହ କେତୁ ଗ୍ରହ ଯୋଗୁ ସ୍ୱାସ୍ଥ୍ୟ ସଚେତନତା ଆପଣଙ୍କ ସକାଶେ ଜରୁରୀ ହୋଇପଡିବ । କର୍ମକ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ମକର – ବିଶେଷ ଅସୁବିଧା ନ ହେଲେ ମଧ୍ୟ ରାଶିରେ ଶନି ଓ ଚନ୍ଦ୍ର ହେତୁ ଥଣ୍ଡା ରୋଗ ପ୍ରତି ସାବଧାନତା ଅବମଲ୍ୱନ କରିବା ଭଲ ହେବ । ସ୍ୱନକ୍ଷତ୍ରସ୍ଥ ଶୁକ୍ର ଚତୁର୍ଥ ସ୍ଥାନ ଯୋଗୁ ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇରହିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।

କୁମ୍ଭ – ଶୁକ୍ର ମିତ୍ର ରାଶିରେ ରହି ଭାଗ୍ୟସ୍ଥାନକୁ ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ । ଅନୁସନ୍ଧାନରେ ଆଶାନୁଯାୟୀ ଫଳ ପାଇବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

ମୀନ – ବୃହସ୍ପତି ସହ କେତୁ ଓ ମଙ୍ଗଳଙ୍କ ପ୍ରଭାବରେ ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାରର କାର୍ଯ୍ୟ ବ୍ୟସ୍ତତା କାରଣରୁ ଘର କଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ଶତ୍ରୁ କେହି ଅସୁବିଧାରେ ପକାଇପାରନ୍ତି, ଏଣୁ ସତର୍କ ରହିବା ଭଲ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

Share

Leave a Reply

Your email address will not be published. Required fields are marked *

17 + 19 =