ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ନେଲେ ଡା. ବିରେନ୍ଦ୍ର କୁମାର

ନୂଆଦିଲ୍ଲୀ()   ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ନେଲେ ଡା. ବିରେନ୍ଦ୍ର କୁମାର । ବିଜେପି ସାଂସଦ ଡାକ୍ତର ବୀରେନ୍ଦ୍ର କୁମାର ହେବେ ୧୭ତମ ଲୋକସଭାର କାମଚଳା ବାଚସ୍ପତି। ଖବର ସରବରାହ ସଂସ୍ଥା ଏଏନଆଇ ଏହି ସୂଚନା ଦେଇଛି। ବୀରେନ୍ଦ୍ର କୁମାର ମଧ୍ୟପ୍ରଦେଶ ଟିକମଗଡର ଲୋକସଭା ସାଂସଦ ଅଟନ୍ତି। ସେ ନିଜ ସଚ୍ଚୋଟତା ପାଇଁ ଲୋକପ୍ରିୟ ହୋଇପାରିଛନ୍ତି ।

ଚଳିତ ଲୋକସଭା ୧୭ ଜୁନରେ ଆରମ୍ଭ ହେବାକୁ ଯାଉଛି। ତେଣୁ ପ୍ରଥମ ଦୁଇ ଦିନ ନବ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିବେ। ଏବଂ ୧୯ ଜୁନରେ ଲୋକସଭାର ବାଚସ୍ପତି ନିର୍ବାଚନ ହେବ। ଏହାପରେ ୨୦ ଜୁନରେ ଉଭୟ ସଂସଦକୁ ରାଷ୍ଟ୍ରପତି ମିଳିତ ଭାବରେ ସମ୍ୱୋଧନ କରିବେ।

Share

Leave a Reply

Your email address will not be published. Required fields are marked *

14 − eight =